www.samajalive.in
Monday, December 15, 2025
27.1 C
Bhubaneswar

ଅଲଟ୍ରାସାଉଣ୍ଡ୍ କରିବ ରୋବୋଟିକ ଆର୍ମ,ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ

ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି । ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଂଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ । ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଂଚିବା ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ । ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ ।

ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ । ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ । ଏହି ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ । ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ ଭଳି ମୌଳିକ ମେଡିକାଲ୍ ଆବଶ୍ୟକତା ପାଇଁ ଗ୍ରାମାଂଚଳର ଲୋକମାନଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ହାସଲ କରିପାରିବେ ।

- Advertisement -

ରିଲାଏନ୍ସ ପକ୍ଷରୁ ଦୀପାବଳିରେ ୫ଜି ସେବାର ଶୁଭାରମ୍ଭ କରାଯିବ । ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଜିଓ ୫ଜି ହେଲ୍‌ଥକେୟାର ଅଟୋମେସନ । କୋଭିଡ୍ ମହାମାରୀ ସମୟରେ ହସ୍ପିଟାଲ୍‌ର ଆଇସୋଲେସନ୍ ୱାର୍ଡରେ କିଛି ଆଗ ଧାଡ଼ିର କର୍ମୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା । ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ସେହିଭଳି ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବା କାର୍ଯ୍ୟ କରିପାରିବ ।

କ୍ଲାଉଡ୍ ଭିତିକ ୫ଜି ନିୟନ୍ତ୍ରିତ ରୋବଟ୍‌ଙ୍କ ବ୍ୟବହାର ଯୋଗୁଁ ତ୍ରୁଟିର କୌଣସି ଆଶଙ୍କା ହିଁ ରହିବ ନାହିଁ ବୋଲି କହିଲେ ଭୁଲ ହେବନାହିଁ । ରୋବଟ୍ ଫ୍ଲିଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଦ୍ୱାରା ରକ୍ଷଣାବେକ୍ଷଣ ଓ ସାନିଟାଇଜେସନ ମାନବମାନଙ୍କ ତୁଳନାରେ ଅଧିକ ସହଜ ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ହଜାର ହଜାର ଆଗଧାଡ଼ିର କର୍ମୀ ଏବଂ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories