www.samajalive.in
Monday, December 15, 2025
24.1 C
Bhubaneswar

ବ୍ରହ୍ମପୁରରେ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଠାବ

ବ୍ରହ୍ମପୁର : ନକଲି ଇଞ୍ଜିନ ଅଏଲ ପରେ ବ୍ରହ୍ମପୁରରେ ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ଲାଞ୍ଜିପଲ୍ଲୀ ସ୍ଥିତ ବ୍ରାହ୍ମଣ ସାହିରେ ଚାଲିଥିବା ଏହି ନକଲି କାରଖାନାରେ ଗୁରୁବାର ସନ୍ଧ୍ୟାରେ ବୈଦ୍ୟନାଥପୁର ଥାନା ପୁଲିସ ଚଢଉ କରି ବିଭିନ୍ନ ବ୍ରାଣ୍ଡର ୧୮ ପେଟି ମଦ ବୋତଲ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି।
ବ୍ରାହ୍ମଣସାହିରେ ଏକ ଘର ଭଡା ନେଇ ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଅନେକ ଦିନ ହେବ ନକଲି ମଦ କାରଖାନା ଚଳାଉଥିବା ସଂପର୍କରେ ପୁଲିସକୁ ଖବର ମିଳିଥିଲା। ଗୁରୁବାର ସନ୍ଧ୍ୟାରେ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦାପ୍ରସନ୍ନ ଦାସ ଓ ଲାଞ୍ଜିପଲ୍ଲୀ ଫାଣ୍ଡି ପୁଲିସର ଏକ ଟିମ ସେହି ଘରେ ଚଢଉ କରିଥିଲେ। ଚଢଉ ବେଳେ ସେହି ଘରୁ ବିଭିନ୍ନ ନାମିଦାମୀ ବ୍ରାଣ୍ଡର ୧୮ ପେଟି ବିଦେଶୀ ମଦ ସହ ଲେବେଲ, ଠିପି, ଖାଲି ବୋତଲ ଓ ହୋମିଓପାଥି ଔଷଧ ବୋତଲ ଜବତ ହୋଇଛି। ଏହି ମଦ ପ୍ରସ୍ତୁତ ପରେ ବିକ୍ରି ପାଇଁ ବିଭିନ୍ନ ଅଞ୍ଚଳକୁ ପଠାଯାଉଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ମଦ ପ୍ରସ୍ତୁତି ବେଳେ ହୋମିଓପାଥିକ ଔଷଧ ନକ୍ସ ଭୋବିକା-୩୦ ସହ ପାଣି, ରଙ୍ଗ ଓ କିଛି କେମିକାଲ ମିଶାଯାଉଥିଲା। ନକଲି ମଦ କାରବାରରେ ଅନେକ ଜଣ ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଖବର ଲେଖାହେବା ବେଳକୁ ଚଢଉ ଜାରି ରହିଥିବାରୁ ପୁଲିସ ପକ୍ଷରୁ ବିଶେଷ କିଛି ସୂଚନା ଦିଆଯାଇନାହିଁ। ପ୍ରକାଶ ଥାଉକି, କିଛି ଦିନ ତଳେ ଟାଉନ ଥାନା ପୁଲିସ ପକ୍ଷରୁ ଏକ ନକଲି ଇଞ୍ଜିନ ଅଏଲ କାରଖାନା ଠାବ କରାଯାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories