କୋଣାର୍କ : କୁଶଭଦ୍ରା ନଦୀରେ ବୁଡି ୩ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ଧିରପୁରର ବାଲିଘାଟ ନିକଟରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ। ସ୍ଥାନୀୟ ଲୋ ଓ ନିମାପଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କ ପରିଚୟ ମିଳିପାରି ନାହିଁ। ମୃତକମାନେ ହେଲେ ନିମାପଡା ସ୍ବୟଂଶାସିତ କଲେଜର ଯୁକ୍ତ ୩ର ଛାତ୍ର ଜ୍ୟୋତିରଞ୍ଜନ ସାହୁ ଓ ନିମାପଡା ଡିଏଭି ସ୍କୁଲର ଦଶମ ଶ୍ରେଣୀର ଛାତ୍ର କମଳ ଲୋଚନ ଜେନା।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଗାଧୋଇବାକୁ ଯାଇ ସେମାନେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ତେବେ ବାଲି ଉଠାଣ ଯୋଗୁଁ ନଦୀରେ ଗଭୀର ଗଣ୍ଡ ସୃଷ୍ଟି ହୋଇଥିବାରୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।



