BJD Bijuli 480×75 Mob

ଦୁର୍ଗମ ଅଂଚଳ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

BJD Bijuli 480×75 Mob
0

ମୋହନା :ଗଜପତି ଜିଲ୍ଲା ମୋହନା ବ୍ଳକର ଦୁର୍ଗମ ତଥା ମାଓ ପ୍ରବଣ ପଞ୍ଚାୟତର କେତେକ ଗ୍ରାମକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରଣା ଗ୍ରସ୍ତ କରିଥିବା ଜଣାପଡିଛି। ସେ ଦୁର୍ଗମ ପଞ୍ଚାୟତ ରାଇପଙ୍କାରେ ସକାଳ ୧୦ଟାରେ ପଞ୍ଚଚି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଗୁଡିକୁ ଦିଆଯାଉଥିବା ଉନ୍ନୟନ ମୂଳକ କାର୍ୟ୍ୟ ଯଥା ଇନ୍ଦିରା ଆବାସ ଯୋଜନା, ପ୍ରଧାନୀ ମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ରେସନ କାର୍ଡ ଆଦି ବିଷୟ ଗୁଡିକ ଉପରେ ସମୀକ୍ଷା କରିଥିଲେ। ଏହା ବ୍ୟତିତ ପ୍ରତ୍ୟେକ ଗ୍ରାମକୁ ପାଦଚଳା ରାସ୍ତାରେ ଚାଲି ଚାଲି ଯାଇ ଲୋକ ମାନଙ୍କ ସହିତ ପ୍ରତ୍ୟେକ୍ଷ ଭାବେ ଭଲମନ୍ଦ ପଚାରି ବୁଝିଥିଲେ।

ଶ୍ରୀ ରଣା ଯିବା ସମୟରେ ବୃଷ୍ଟିପାତ ଯୋଗୁଁ ଛତା ଧରି ମଧ୍ୟ ଗ୍ରାମ ଗୁଡିକୁ ପରିଦର୍ଶନ କରିଥିଲେ। ବିଗତ ଦିନରେ ମାଓବାଦୀଙ୍କ ଭୁସ୍ୱର୍ଗ ଥିବା ମାନ୍ଦ୍ରାବାଜୁ ଗ୍ରାମକୁ ନିର୍ଦ୍ଧେଶକ ଯାଇ ସେଠାକାର ଲୋକମାନଙ୍କ ସହିତ ଉନ୍ନୟନ ମୂଳକ କାର୍ୟ୍ୟ ବିଷୟରେ ପଚାରି ବୁଝିବା ସହିତ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ୨୦୧୪ ରେ ନିର୍ମିତ ସରକାରୀ ଉଚ୍ଚ ବିଦ୍ୟାଳୟ, ମାନ୍ଦ୍ରାବାଜୁ ପରିଦର୍ଶନ କରିବା ବେଳେ ଛାତ୍ର ଉପସ୍ଥାନ ବହି ଦେଖିବା ସହିତ ଛାତ୍ର କମ ଆସୁଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ଷାଦିନେ ଡ୍ରେନ ସୁବିଧା ନଥିବାରୁ ପାହାଡର ପାଣି ମାନ୍ଦ୍ରାବାଜୁ ଗ୍ରାମ ମଧ୍ୟକୁ ପସି ଆସୁଥିବାରୁ ଗ୍ରାମ ବାହାରେ ଡ୍ରେନର ବ୍ୟବସ୍ଥା କରିବା ପାଇଁ ସେ ବିଡିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଗ୍ରାମରେ ସମ୍ପୁର୍ଣ୍ଣ ନହୋଇ ଅର୍ଧନିର୍ମିତ ଭାବରେ ରହିଥିବା ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଗୁଡିକୁ ଶୀଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ଗ୍ରାମବାସୀଙ୍କୁ କହିବା ସହିତ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ସହଯୋଗ କରିବା ପାଇଁ କହିଥିଲେ। ସୂଚନା ଯୋଗ୍ୟ ରାଇପଙ୍କା ପଂଚାୟତରେ ରହିଥିବା ବିଭିନ୍ନ ଗ୍ରାମ ଗୁଡିକ ବର୍ତମାନ ସୁଦ୍ଧା ମୌଳୀକ ସୁବିଧାରୁ ବଂଚିତ ଅଛନ୍ତି। ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା କ୍ଷେତ୍ରରେ ଏହି ପଂଚାୟତ ବହୁ ପଛରେ ପଡିଯାଇଛି। ଏଣୁ ପ୍ରଶାସନର ସହଯୋଗରେ ଉକ୍ତ ଗ୍ରାମ ଗୁଡିକରେ ମୌଳିକ ସୁବିଧା ଯୋଗଇ ଦେଇପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ପରିଦର୍ଶନ କରିଥିବା ଜଣାପଡିଛି।

Leave A Reply