ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ

ଚୌଦ୍ୱାର :  ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଐତିହାସିକ, ନବ ଉତ୍କଳର ନିର୍ମାତା, ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୩ତମ ଜୟନ୍ତୀ ସ୍ଥାନୀୟ ଶିଶୁ ସଦନରେ ପାଳିତ ହୋଇ ଯାଇଛି। ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରେସ୍ କ୍ଳବ୍ ସଭାପତି ଦାମୋଦର ସାହୁ  ଡ. ମହତାବଙ୍କ ସଂଗ୍ରାମୀ ଜୀବନ ଉପରେ ଆଲୋଚନା କରି ଆଧୁନିକ ଓଡ଼ିଶା ନିର୍ମାଣର ସେ ଅଦ୍ୱିତୀୟ ବିନ୍ଧାଣୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ହିନ୍ଦ୍ ସେବକ ସଂଘ ଓ ଚୌଦ୍ୱାର ପ୍ରେସ୍ କ୍ଲବର ମିଳିତ ଆୟୋଜନରେ ତଥା ସଂଗଠନର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବ୍ ସମ୍ପାଦକ ରମେଶ ଚନ୍ଦ୍ର ସାମଲ, ସାମ୍ବାଦିକ ପ୍ରକାଶ କୁମାର ନାୟକ, ଆଶୁତୋଷ ଦାସ, ଅଜିତ୍ କୁମାର ସ୍ୱାଇଁ, ସୁଧାକର ସାମନ୍ତରାୟ, ରଘୁନାଥ ସ୍ୱାଇଁ, ବିଶ୍ୱଜିତ୍ ଭଞ୍ଜ, ଅଶୋକ କୁମାର ଦାସ, ବିମଳ କୁମାର ବେଉରା, ସୁରଶ୍ରୀ ସୁଧାଂଶୁ ଶୋଖର ସାହୁ, ପ୍ରଦୀପ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବନ୍ଦନା ମହାନ୍ତି, ଦେବୀଦତ୍ତା ସାହୁ, ପୂର୍ଣ୍ଣିମା ପ୍ରଧାନ, ଅଲେଖ ଚନ୍ଦ୍ର ମଲ୍ଲିକ, ମିତା ବଳସାମନ୍ତ ପ୍ରମୁଖ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଶିଶୁ ସଦନର ପିଲାମାନଙ୍କଦ୍ୱାରା ସମୁହ ବେଦ ଅବୃତ୍ତି, ଗୀତାପାଠ ଓ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ପ୍ରେସ କ୍ଳବର ଉପଦେଷ୍ଟା ଅଧ୍ୟାପକ ସୌରେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିଶୁ ସଦନ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Comments are closed.