ଗୋଷ୍ଠୀ କନ୍ଦଳରୁ ଡବଲ ମର୍ଡର

0

ସମ୍ବଲପୁର: ଟାଉନ୍ ଥାନା ଅନ୍ତର୍ଗତ ଠେଲକୋପଡ଼ା ଗ୍ରାମରେ ଗୋଷ୍ଠୀ ସଂର୍ଘଷରୁ ଦୁଇଟି ହତ୍ୟାକାଣ୍ଡ ଘଟିଛି । ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

ସୂଚନାଯୋଗ୍ୟ, ପ୍ରଥମେ ଗୋଟିଏ ଗୋଷ୍ଠୀର ଯୁବକକୁ ଅନ୍ୟ ଗୋଷ୍ଠୀର ଲୋକେ ଭୂଜାଲିରେ ହାଣି ହତ୍ୟା କରିଥିଲେ । ମୃତ ଯୁବକ ଦୁଇ ଜଣଙ୍କ ହେଲେ ସୁଜିତ ନାଗ ଓ ପାଣ୍ଡବ ମୁଖୀ । ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ସେହି ଗୋଷ୍ଠୀର ଲୋକମାନେ ଅପରପକ୍ଷର ଗୋଷ୍ଠୀର ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏହି ଗୋଷ୍ଠୀ ସଂର୍ଘଷରେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସମ୍ବଲପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply