www.samajalive.in
Saturday, December 13, 2025
23.1 C
Bhubaneswar

ଟ୍ରମ୍ପଙ୍କ ଉପରେ ଆକ୍ରମଣ ପୂର୍ବରୁ ରାଲି ସ୍ଥଳ ଉପରେ ଡ୍ରୋନ୍ ଉଡ଼ାଇଥିଲା ଅଭିଯୁକ୍ତ

ଡେସ୍କ: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିବା ବନ୍ଧୁକଧାରୀ ଥୋମାସ ମାଥ୍ୟୁ କ୍ରୁକ୍ ଏକ ଡ୍ରୋନ୍ ବ୍ୟବହାର କରି ପେନସିଲଭାନିଆ ମେଳା ପଡ଼ିଆକୁ ଆକାଶମାର୍ଗରୁ ଦେଖିଥିଲା ବୋଲି ଜଣାପଡିଛି। ଏହି ଘଟଣା ଟ୍ରମ୍ପଙ୍କ ରାଲି ପୂର୍ବରୁ ସୁରକ୍ଷାରେ ହୋଇଥିବା ଆଶ୍ଚର୍ଯ୍ୟଜନକ ତ୍ରୁଟିକୁ ଦର୍ଶାଉଛି।

ଗୁଳିକାଣ୍ଡର ୬ ଦିନ ପୂର୍ବରୁ ଜୁଲାଇ ୭ ତାରିଖରେ ଥୋମାସ କ୍ରୁକ୍ସ ରାଲି ପଡ଼ିଆ ପରିଦର୍ଶନ କରିଥିଲା ଏବଂ ଘଟଣା ଦିନ ସକାଳେ ଆଉ ଥରେ ସେହି ସ୍ଥାନକୁ ଯାଇଥିଲା ବୋଲି ଅଧିକାରୀମାନେ ତାଙ୍କ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟରୁ ଗୋଟିଏରୁ ମିଳିଥିବା ଜିଓଲୋକେସନ୍ ତଥ୍ୟରୁ ଜାଣିପାରିଛନ୍ତି।

ଏକ୍ସରେ ସର୍ବାଧିକ ଫଲୋଅର୍ସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଏଲନ ମସ୍କ

- Advertisement -

ଅନ୍ୟପକ୍ଷରେ ସିକ୍ରେଟ୍ ସର୍ଭିସ୍ ସଂସ୍ଥା ସୁରକ୍ଷିତ ଅଞ୍ଚଳରେ ଡ୍ରୋନ ଉଡ଼ାଇବାକୁ ନିଷିଦ୍ଧ କରିଥାଏ, କିନ୍ତୁ ଟ୍ରମ୍ପ୍ ରାଲି କ୍ଷେତ୍ରରେ ଏଜେନ୍ସି ଏପରି କରିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଗତ ଶନିବାର ଦିନ ୨୦ ବର୍ଷୀୟ ବନ୍ଧୁକଧାରୀ ଏକ ଡ୍ରୋନ୍ ବ୍ୟବହାର କରି ବଟଲର ଫାର୍ମ ସୋ’ ପଡ଼ିଆର ଫୁଟେଜ୍ କଏଦ କରିଥିଲା ଏବଂ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥ ଅନୁସରଣ କରିଥିଲା ବୋଲି ଜଣେ ସରକାରୀ କର୍ମଚାରୀ କହିଛନ୍ତି। ପରେ ଥୋମାସ କ୍ରୁକର କାର୍ ରୁ ଏକ ଡ୍ରୋନ୍ ମିଳିଥିଲା। ତେବେ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପଛର ଉଦ୍ଦେଶ୍ୟ ଜଣାପଡ଼ିନଥିବା ବେଳେ ତଦନ୍ତ ଚାଲିଛି।

ବର୍ଷା ଜନିତ ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories