କାହିଁକି ପାଳନ କରାଯାଏ ଚିକିତ୍ସକ ଦିବସ? ଆସନ୍ତୁ ଜାଣିବା

0

କଥାରେ ଅଛି ଡାକ୍ତର ଭଗବାନଙ୍କର ଦ୍ୱିତୀୟ ଅବତାର। ଭଗବାନଙ୍କର ଏହି ଅବତାର ପ୍ରତି ସମ୍ମାନ ପ୍ରକଟ କରିବା ପାଇଁ ଲୋକମାନେ ଚିକିତ୍ସକ ଦିବସ ପାଳନ କରିଥାନ୍ତି। ଭାରତରେ ପ୍ରତିବର୍ଷ ଜୁଲାଇ ମାସ ୧ତାରିଖରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଏ। ଆସନ୍ତୁ ଜାଣିବା ଏହି ଦିନଟିକୁ ଡାକ୍ତର ଦିବସ କାହିଁକି ପାଳନ କରାଯାଏ।

prayash

ଭାରତର ପ୍ରସିଦ୍ଧ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ଦେବାପାଇଁ ପ୍ରତି ବର୍ଷ ଜୁଲାଇ ମାସ ୧ତାରିଖରେ ଚିକିତ୍ସକ ଦିବସ ପାଳନ କରାଯାଇଥାଏ। ୧୯୯୧ମସିହାରେ ଭାରତ ସରକାରଙ୍କ ଦ୍ୱାରା ଚିକିତ୍ସକ ଦିବସର ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ୧୯୬୧ ମସିହା ଫେବୃୟାରୀ ମାସ ୪ତାରିଖରେ ଡାକ୍ତର ବିଧାନ ଚନ୍ଦ୍ର ରାୟ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପାଇଁ ମନୋନିତ ହୋଇଥିଲେ। ସେ ୧୮୮୨ମସିହା ଜୁଲାଇ ମାସ ୧ତାରିଖରେ ବିହାରର ପାଟନା ଠାରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଦେଶର ଏହି ମହାନ ଚିକିତ୍ସକଙ୍କ ଜନ୍ମ ଦିବସକୁ ଭାରତରେ ଚିକିତ୍ସକ ଦିବସ ଭାବେ ପାଳନ କରାଯାଏ। ଜଣେ ମହାନ ପଦାର୍ଥ ବିଜ୍ଞାନୀ ଡାକ୍ତର ବିଧାନ ଚନ୍ଦ୍ର ରାୟ ପଶ୍ଚିମ ବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କୁ ପଶ୍ଚିମ ବଙ୍ଗର ଆର୍କିଟେକ୍ଟ କୁହାଯାଉଥିଲା। ରାୟ ସାହାବ ତାଙ୍କର ଡାକ୍ତରୀ ଡିଗ୍ରୀ କୋଲକତାରୁ ହାସଲ କରିଥିଲେ ଏବଂ ୧୯୧୧ମସିହାରେ ଲଣ୍ଡନରୁ ଏମଆରସିପି ଏବଂ ଏଫଆରସିଏସ ଡିଗ୍ରୀ ହାସଲ କରି ସେହିବର୍ଷରୁ ଭାରତରେ ଚିକିତ୍ସକ ଭାବେ ନିଜର ଡାକ୍ତରୀ ଜୀବନ ଆରମ୍ଭ କରିଥିଲେ।

ପୃଥିବୀର ଅନ୍ୟ ଦେଶରେ ଚିକିତ୍ସକ ଦିବସ ଭିନ୍ନ ଭିନ୍ନ ଦିନ ମାନଙ୍କରେ ପାଳନ କରାଯାଏ। ଯେମିତି ଆମେରିକାରେ ମାର୍ଚ୍ଚ ୩୦ରେ ଚିକିତ୍ସକ ଦିବସ ପାଳନ କରାଯାଏ। ଏହା ପୂର୍ବରୁ ଏଠାରେ ମଇ ମାସ ୯ତାରିଖରେ ପାଳନ କରାଯାଉଥିଲା।
ଏହି ଦିନ ସମଗ୍ର ଦେଶରେ ପରସ୍ପର ଭିତରେ ଗ୍ରିଟିଙ୍ଗସ୍‍ ଆଦାନପ୍ରଦାନ ସହ ବାର୍ତ୍ତା ପଠାଇ ଅଭିବାଦନ ଜଣାଇଥାନ୍ତି। ଏହାଛଡା ଏହିଦିନ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ମେଡିକାଲ କଲେଜ ମାନଙ୍କରେ ବିଭିନ୍ନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

kalyan agarbati
Leave A Reply