www.samajalive.in
Tuesday, December 9, 2025
16.1 C
Bhubaneswar

ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି କେବେ?

ଭୁବନେଶ୍ୱର : କରୋନା ଚିକିତ୍ସାରେ ଆୟୁଷ ଡାକ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଅନେକ ଡାକ୍ତର କରୋନାରେ ପୀଡ଼ିତ ହୋଇ ମଧ୍ୟ ଟେଲିଫୋନ ଜରିଆରେ ମଧ୍ୟ ସେବା ପ୍ରଦାନ କରୁଛନ୍ତି। ଏହା ସତ୍ତ୍ବେ ବି ସରକାର ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତରେ ପାତରଅନ୍ତର କରିଚାଲିଛନ୍ତି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ଓଡ଼ିଶା ଆୟୁଷ ଡାକ୍ତର ସଂଘ।
ସ୍ୱଳ୍ପ ଦରମାରେ ଦୀର୍ଘ ୧୫ବର୍ଷ ହେବ କାମ କରି ସ୍ଥାୟୀ ନିଯୁକ୍ତି ଆଶାରେ ଥିବାବେଳେ କରୋନା ସହିତ ଅନ୍ୟାନ୍ୟ ରୋଗରେ ୧୫ ଡାକ୍ତରଙ୍କ ମୃତ୍ୟୁ ହୋଇସାରିଛି। ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ଏନେଇ ଗତ ଅଗଷ୍ଟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଓପିଏସ୍‍ସି ପରୀକ୍ଷା ବଦଳି ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା କିନ୍ତୁ ଏଯାବତ୍‍ ଫାଇଲ ଅର୍ଥ ବିଭାଗକୁ ଅନୁମୋଦନ ପାଇଁ ଯାଇନାହିଁ। ସରକାର ଯଦି ଏଦିଗରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ରାଜ୍ୟ ସଭାପତି ଡା. ଜ୍ୟୋତି ରଞ୍ଜନ ଗାହାଣ, ଆବାହକ ବିଶ୍ୱରଞ୍ଜନ ଜେନା, ଡା. ରବୀନ୍ଦ୍ରନାଥ ଗନ୍ତାୟତ, ଡା. ସୀମାଲତା ସ୍ୱାଇଁ, ଡା. ଦୀପ୍ତି ସାହୁ, ଡା. ଦୁର୍ଗାପ୍ରସାଦ ମିଶ୍ର, ଡା. ଚନ୍ଦ୍ରକାନ୍ତ ରାଉତ, ଡା.କୈଳାସ ଚନ୍ଦ୍ର ପତି ଏବଂ ଡା. ରବି ନାରାୟଣ ବେହେରା ଦାବି କରିଛନ୍ତି।
ସୂଚନା ଅନୁସାରେ ଏଲୋପାଥିକ ଡାକ୍ତରଙ୍କ ଅନୁପସ୍ଥିତିରେ ଆୟୁଷ ଡାକ୍ତର ଗ୍ରାମାଞ୍ଚଳର ପିଏଚ୍‍ସି ଓ ସିଏଚ୍‌ସିରେ କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ କରୋନାରେ କୋରାପୁଟର ଡାକ୍ତର ପ୍ରସନ୍ନ କୁମାର ଜାଲି, ଡା. ଦେବାଶିଷ ପାତ୍ର ଏବଂ ଡା. ମାନସ ପଣ୍ଡାଙ୍କ ପରଲୋକ ହୋଇସାରିଛି। ୩୦ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories