www.samajalive.in
Monday, December 8, 2025
16.1 C
Bhubaneswar

ମାର୍ଚ୍ଚ ମାସ ସରିବା ପୂର୍ବରୁ ସାରିଦିଅନ୍ତୁ ଏହି ଜରୁରି କାମ, ନଚେତ ଅସୁବିଧାରେ ପଡିବେ

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ ର ଶେଷ ମାସ ଅର୍ଥାତ୍ ମାର୍ଚ୍ଚ ମାସ ଆଉ କିଛି ଦିନ ପରେ ଶେଷ ହୋଇଯିବ । ଏହି ମାସରେ ଆପଣଙ୍କୁ ଅନେକ ଜରୁରି କାମ ସାରିବାକୁ ପଡିବ । ଆସନ୍ତୁ ଜାଣିବା…

୧ . ସୁକନ୍ୟା ଏବଂ ପିପିଏଫରେ ଜମା କରିବାକୁ ହେବ ସର୍ବନିମ୍ନ ରାଶି

- Advertisement -

ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ(ପିପିଏଫ୍) ଏବଂ ସୁକନ୍ୟା ସମୃଦ୍ଧି ଯୋଜନା(ଏସଏସଓ୍ବାଇ) ଆକାଉଣ୍ଟକୁ ଚାଲୁ ରଖିବା ପାଇଁ ଏଥିରେ ସର୍ବନିମ୍ନ ନିବେଶ କରିବାକୁ ହେବ । ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ପିପିଏଫ ଏବଂ ଏସଏସଓ୍ବାଇରେ ପଇସନା ନରଖିଲେ ଆକାଉଣ୍ଟ ବନ୍ଦ ହୋଇଯିବ । ତେଣୁ ଏଥିରେ ସର୍ବନିମ୍ନ ଯଥାକ୍ରମେ ୫୦୦ ଏବଂ ୨୫୦ ଟଙ୍କା ଜମା କରିବାକୁ ପଡିବ ।

୨. ପେଟିଏମ୍ ଓ୍ବାଲେଟରେ ଜମା ହେବନି ପଇସା

୧୫ ମାର୍ଚ୍ଚ ପରେ ପେଟିଏମ୍ ଓ୍ବାଲେଟରେ ଜମା କରିହେବନି । ତେଣୁ ଯଦି ଆପଣଙ୍କ ପାଖରେ ପେଟିଏମର ଫାଷ୍ଟ୍ୟାଗ୍ ଅଛି ତେବେ ଆପଣଙ୍କୁ ଏହାକୁ ବଦଳାଇବାକୁ ପଡିବ । ଆପଣ ଏପରି ନକରିବା ଫଳେ ଦୁଇଗୁଣା ଟୋଲ୍ ଦେବାକୁ ପଡିପାରେ । ତେବେ ୨୯ ଫେବୃୟାରୀ ପୂର୍ବରୁ ଆପଣ ଯେଉଁ ପଇସା ପେଟିଏମ୍ ଓ୍ବାଲେଟରେ ଯୋଡିବେ ତାକୁ ଆପଣ ୨୯ ଫେବୃୟାରୀ ପରେ ମଧ୍ୟ ଖର୍ଚ୍ଚ କରିପାରିବେ ।

୩. ଫାଷ୍ଟ୍ୟାଗ୍ କେଓ୍ବାଇସି

ଯଦି ଆପଣ ନିଜ କାରର ଫାଷ୍ଟ୍ୟାଗର ବ୍ୟାଙ୍କରୁ କେଓ୍ବାସି ଅପଡେଟ୍ କରାଇନାହାଁନ୍ତି ତେବେ ଆଜି ହିଁ କରାଇନିଅନ୍ତୁ । କାରଣ ୩୧ ପରେ ବିନା କେଓ୍ବାଇସି ବିଶିଷ୍ଟ ଫାଷ୍ଟ୍ୟାଗ୍ ବ୍ୟାଙ୍କ ଡିଆକ୍ଟିଭେଟ୍ ବା ବ୍ଲାକଲିଷ୍ଟ କରିଦେବ । ଏହା ପରେ ସେଥିରେ ବାଲାନ୍ସ ଥିଲେ ମଧ୍ୟ ତାହା କାମ କରିବନି ।

୪. ଏସବିଆଇର ଅମୃତ କଳସ ସ୍କିମରେ ନିବେଶ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଖାସ୍ ଫିକ୍ସ୍ଡ ଡିପୋଜିଟ୍ ସ୍କିମ ଅମୃତ କଳସ ଚଳିତ ମାସ ୩୧ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି । ତଦନୁସାରେ ବରିଷ୍ଠ ନାଗରିକଙ୍କୁ ୭.୬ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୭.୧ ପ୍ରତିଶତ ବାର୍ଷିକ ସୁଧ ଦିଆଯାଉଛି । ଏହି ଫିକ୍ସ୍ଡ ଡିପୋଜିଟ ସ୍କିମରେ ୪୦୦ ଦିନ ପାଇଁ ନିବେଶ କରିବାକୁ ହୋଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories