ହତ୍ୟାର ୧୧ଦିନ ପରେ କେନାଲରୁ ଉଦ୍ଧାର ହେଲା ମଡେଲଙ୍କ ମୃତଦେହ

ଗୁରୁଗ୍ରାମ : ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜା ମୃତ୍ୟୁ ଘଟଣା । ଘଟଣାକୁ ଏହାରି ମଧ୍ୟରେ ୧୧ଦିନ ବିତିଯାଇଛି । ଶନିବାର ଫ​‌ତେହାବାଦର ତୋହାନା ନିକଟରେ ଥିବା ଭକ୍ରା କେନାଲରୁ  ପୁଲିସ ଦିବ୍ୟାଙ୍କ ମୃତଦେହକୁ ଉଦ୍ଧାର କରିଛି।  ମଡେଲଙ୍କ ପିଠିରେ ଥିବା ଟାଟୁ ଚିହ୍ନକୁ ଦେଖି ତାଙ୍କ ପରିବାର ଲୋକ ଏହା ଦିବ୍ୟାଙ୍କର ବୋଲି ଚିହ୍ନଟ କରିଛନ୍ତି। ଜାନୁଆରୀ ୨ ତାରିଖରେ କିଛି ଦୁର୍ବୁତ୍ତ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲେ । ପଟିଆଲା ନିକଟରେ ଦିବ୍ୟାଙ୍କର ମୃତଦେହ ଫୋପଡା ଯାଇଥିବା କଥା ଜଣାପଡିବା ପରେ ଏନଡିଆରଏଫ ଏବଂ କ୍ରାଇମ ବ୍ରାଞ୍ଚ ଟିମ ବହୁ ଖୋଜାଖୋଜି କରିଥିଲା।

ଶନିବାର ଭାକ୍ରା କେନାଲରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଏକ ମୃତଦେହ ଉଦ୍ଧାର ହୋଇଥିଲା। ଯାହା ପରେ ଦିବ୍ୟାଙ୍କର ବୋଲି ଜଣାପଡିଛି।ପୁଲିସ ଘଟଣାରେ ସମ୍ପୃକ୍ତ ଥିବା କିଛି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।  ଅଭିଯୁକ୍ତମାନେ ହେଲେ  ଅଭିଜିତ ସିଂ, ହେମରାଜ, ଓମ ପ୍ରକାଶ, ମେଘା, ବଲରାଜ ଗିଲ ଏବଂ ରବି ବଙ୍ଗା ବୋଲି ଜଣାପଡିଛି। ପୁଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Comments are closed.