ବାଙ୍କୀ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୧୬ଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ବଣ୍ଟନ
ବାଙ୍କୀ: ରାଜ୍ୟ ସରକାରଙ୍କ ପକ୍ଷରୁ ବାଙ୍କୀ ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୬ଗୋଟି ହାଇସ୍କୁଲକୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି। ନିକଟରେ ଉପଜିଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ କେନ୍ଦୁପଲ୍ଲୀ ହାଇସ୍କୁଲ,ବରପୁଟ ପଞ୍ଚାୟତର ପଥୁରୀପଡା ମହାବେରଣା ସରକାରୀ ଉଚ୍ଚବିଦ୍ୟାଳୟ, କିଆପଲ୍ଲା ପଞ୍ଚାୟତର ନୂଆଗାଁ କେଦାରନାଥ ହାଇସ୍କୁଲ, ବ୍ରହ୍ମପୁରା ପଞ୍ଚାୟତର ରଘୁନାଥ ଦେବତା ହାଇସ୍କୁଲ, ସରଣ୍ଡାଗଡ ହାଇସ୍କୁଲ ସୁବର୍ଣ୍ଣପୁର, ମାଳିସାହି ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥପୁର ପାଟଣା ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟ,କଦଳୀବାଡି ପଞ୍ଚାୟତର ମାଲବିହାରପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ବାଉଁଶପୁଟ ପଞ୍ଚାୟତର ବାଉଁଶପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଯୋକିଲାଦଳ ଆଦର୍ଶ ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି।
ସେହିପରି ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ଢଁସର କୃଷକ ହାଇସ୍କୁଲ, ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ,ଚର୍ଚ୍ଚିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଗୋପାଳପୁର ପଞ୍ଚାୟତର ସିଂହନାଥ ଦେବ ବିଦ୍ୟାପୀଠ ,ରଗଡି ପଞ୍ଚାୟତର ବିଏସ ନୋଡାଲ ହାଇସ୍କୁଲ ଏବଂ ନରଗାଙ୍ଗ ମଉଜାର ସରକାରୀ ଉଚ୍ଚ ବିଦ୍ୟାଳୟ ତୁଳସୀପୁରକୁ ଉହି ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସତ୍ୟରଂଜନ ପଣ୍ଡାଙ୍କ ସୂଚନାକ୍ରମରେ ସମସ୍ତ ପଟ୍ଟା ସେହି ସ୍କୁଲର ନାମ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗ ନାମରେ ଥିବା ଜଣାପଡିଛି। ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଉପଜିଲାପାଳ ରଂଜନ କୁମାର ଜେନା ଉପସ୍ଥିତ ରହି ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନଶିକ୍ଷକମାନଙ୍କୁ ଏହି ପଟ୍ଟା ବଣ୍ଟନ କରିଛନ୍ତି। ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀ ସନ୍ତୋଷ କୁମାର ସେଠୀ, ଡମପଡା ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ ପଟ୍ଟନାୟକ, ଗଦାଧର ପ୍ରଧାନଙ୍କ ସମେତ ବାଙ୍କୀ ତହସିଲ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଓ ରାଜସ୍ୱ ସୁପରଭାଇଜର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
Comments are closed.