ମନ୍ତ୍ରୀ, ବିଧାୟକ ହେଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ
ଭୂବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଏହି ଯୋଜନା କମିଟିରେ ଶାସକ ଦଳର ମନ୍ତ୍ରୀ ଏବଂ ବିଧାୟକ ମାନଙ୍କୁ ସ୍ଥାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା ୩ ଜଣ ମନ୍ତ୍ରୀ ଅରୁଣ ସାହୁ , ପ୍ରେମାନନ୍ଦ ନାୟକ, ଜ୍ୟୋତିପ୍ରକାଶ ପାଣିଗ୍ରାହିଙ୍କୁ ଛାଡି ଅନ୍ୟ ସମସ୍ତ ମନ୍ତ୍ରୀ ମାନଙ୍କୁ ବିଭିନ୍ନ ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ କରାଯାଇଛି। ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଦୁଇଟି ଜିଲ୍ଲା କେନ୍ଦୁଝର ଓ ଦେବଗଡର ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଥିବା ବେଳେ ଅନନ୍ତ ଦାସଙ୍କୁ ବାଲେଶ୍ୱର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଛି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୂଆପଡା , ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର, ଡ଼. ପ୍ରମୋଦ ମଲ୍ଲିକଙ୍କୁ କଟକ, ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧା, ସତ୍ୟ ନାରାୟଣ ପ୍ରଧାନଙ୍କୁ ନୟାଗଡ, ଶ୍ରୀକାନ୍ତ ସାହୁଙ୍କୁ ଗଞ୍ଜାମ, ମହିଧର ରଣାଙ୍କୁ ବୌଦ୍ଧ, ରଘୁରାମ ପୋଡାଲଙ୍କୁ କୋରାପୁଟ , ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ, ସାରଦା ନାୟକଙ୍କୁ ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟୀତ୍ୱ ଦିଆଯାଇଛି।
Comments are closed.