www.samajalive.in
Sunday, December 7, 2025
14.1 C
Bhubaneswar

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ପାଇଁ ପ୍ତସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ପିଇବା ପାଣି, ଏବଂ ଅଂଶୁଘାତ ର ସମସ୍ୟା ଓ ତାହାର ସଫଳ ମୁକାବିଲା କରିବା ନିମନ୍ତେ ଆଲୋଚନା ହୋଇଥିଲା। ବିଶେଷ କରି ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ପ୍ରର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ମହଜୁତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ସାମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ସେହିପରି ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକ ମାନଙ୍କ କାର୍ଯ୍ୟ ସ୍ଥଳରେ ସ୍ୱତନ୍ତ୍ର ପାଣିର ବ୍ୟବସ୍ଥା କରିବା ସହିତ ଦିନ ୧୧ ଘଣ୍ଟା ସମୟରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଏହି ସମୟ ସୀମା ମଧ୍ୟରେ କୌଣସି ଶ୍ରମିକଙ୍କୁ କାର୍ଯ୍ୟରେ ନ ଲଗାଇବା ପାଇଁ ବାରଣ କରାଯାଇଛି। ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସ୍କୁଲ ଏବଂ କଲେଜରେ ଶିକ୍ଷା ଦାନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ଜିଲ୍ଲାର ଅଚଳ ଥିବା ନାଳକୂପକ ଗୁଡିକୁ ଯୁଦ୍ଧକାଳିନ ଭିତ୍ତିରେ ମରାମତି କରିବା ସହିତ ଆବଶ୍ୟକ ସ୍ଥଳେ ଭ୍ରାମ୍ୟମାଣ ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣିର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଅଂଶୁଘାତର ସଫଳ ମୁକାବିଲା ପାଇଁ ପ୍ରତି ବ୍ଲକସ୍ତରରେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ତୁରନ୍ତ ଆବଶ୍ୟକୀୟ ସେବା ଯୋଗାଇ ଦେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଅଂଶୁଘାତର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଜିଲ୍ଲାର ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

- Advertisement -

ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି, ଭଗବତୀ ଭତ୍ରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପ୍ରହଲ୍ଲାଦ ସାହା ମିନା, ନବରଙ୍ଗପୁର ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ତ୍ରିପାଠୀ, ସାଂସଦ ପ୍ରତିନିଧି, ପ୍ରମୋଦ ପାଢ଼ୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରଣୀ ମିଶ୍ର, ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ, ଅମରେନ୍ଦ୍ର ପାଢ଼ୀଙ୍କ ବ୍ୟତୀତ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମେହେରୁ ମିଶା ବେଗମ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀଙ୍କ ସହିତ ଜିଲ୍ଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈଠକ ଶେଷରେ ଉପସ୍ଥିତ ଥିବା ସମସ୍ତଙ୍କୁ ଉପଜିଲ୍ଲାପାଳ ଭାସ୍କର ରୋଇତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories