www.samajalive.in
Monday, December 15, 2025
24.1 C
Bhubaneswar

ଗ୍ୟାସ୍‌ ସିଲିଣ୍ଡର ଫାଟି ଦୁଇ ଗୁରୁତର

ଚିକିଟି : ଗଞ୍ଜାମ ଜିଲା ଚିକିଟି ପେଣ୍ଠ ବସ ଷ୍ଟାଣ୍ଡ ର ଏକ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚିକିଟି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ବ୍ୟକ୍ତି ଗଙ୍ଗାଧର ବାଡ଼ତ୍ୟା (୫୫) ଓ ରାଜେନ୍ଦ୍ର ବେହେରା (୫୨) ବୋଲି ଜଣା ପଡିଛି। ସୂଚନାଯୋଗ୍ୟ ଯେ ରାଜେନ୍ଦ୍ରଙ୍କ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡର ରୁ ଗ୍ୟାସ ଲିକ ହୋଇ ଦୋକାନ ସାର ଖେଳିଯାଇଥିଲା। ହଠାତ ନିଆଁ ସଂସ୍ପର୍ଶରେ ଆସି ପୁରା ଦୋକାନ ଜଳି ଉଠିଥିଲା। ଫଳରେ ଦୁଇ ଜଣ ହୋଟେଲ କର୍ମଚାରୀ ଗୁରୁତର ହୋଇଥିଲେ। ରାଜେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ଗଙ୍ଗାଧାର ବାଡ଼ତ୍ୟା ଗୁରୁତର ହୋଇଥିବା କୁହାଯାଉଛି। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories