www.samajalive.in
Friday, December 5, 2025
16.1 C
Bhubaneswar

ଗ୍ୟାସ୍‌ ସିଲିଣ୍ଡର ଫାଟି ଦୁଇ ଗୁରୁତର

ଚିକିଟି : ଗଞ୍ଜାମ ଜିଲା ଚିକିଟି ପେଣ୍ଠ ବସ ଷ୍ଟାଣ୍ଡ ର ଏକ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚିକିଟି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ବ୍ୟକ୍ତି ଗଙ୍ଗାଧର ବାଡ଼ତ୍ୟା (୫୫) ଓ ରାଜେନ୍ଦ୍ର ବେହେରା (୫୨) ବୋଲି ଜଣା ପଡିଛି। ସୂଚନାଯୋଗ୍ୟ ଯେ ରାଜେନ୍ଦ୍ରଙ୍କ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡର ରୁ ଗ୍ୟାସ ଲିକ ହୋଇ ଦୋକାନ ସାର ଖେଳିଯାଇଥିଲା। ହଠାତ ନିଆଁ ସଂସ୍ପର୍ଶରେ ଆସି ପୁରା ଦୋକାନ ଜଳି ଉଠିଥିଲା। ଫଳରେ ଦୁଇ ଜଣ ହୋଟେଲ କର୍ମଚାରୀ ଗୁରୁତର ହୋଇଥିଲେ। ରାଜେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ଗଙ୍ଗାଧାର ବାଡ଼ତ୍ୟା ଗୁରୁତର ହୋଇଥିବା କୁହାଯାଉଛି। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories