www.samajalive.in
Monday, December 15, 2025
24.1 C
Bhubaneswar

ବିଶ୍ୱରେ ଡିଜେଲ ସଙ୍କଟ

ନୂଆଦିଲ୍ଲୀ, : କେତେକ ଦେଶଙ୍କ ଲାଗି ଡିଜେଲ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଶେଷ କରି ରୁଷ୍‌-ୟୁକ୍ରେନ ଯୁଦ୍ଧ ପରଠାରୁ ଉପୁଜିଥିବା ସଙ୍କଟ ଏବେ ଗୁରୁତର ହେବାରେ ଲାଗିଛି। ଯେବେଠୁ ୟୁରୋପୀୟ ଦେଶଙ୍କୁ ରୁଷ୍‌ର ଗ୍ୟାସ୍ ଯୋଗାଣ ବନ୍ଦ ହେଲାଣି ସେବେଠାରୁ ଲୋକଙ୍କ ଡିଜେଲ ନିର୍ଭରତା ବଢିଯାଇଛି। ଡିଜେଲ ବଜାରରେ ଉଠାପକା ଏବେ ପରିସ୍ଥିତିକୁ ଜଟିଳ କରିଛି। ଶକ୍ତି ସଙ୍କଟର ଖରାପ ପ୍ରଭାବ ଏବେ ଅର୍ଥ ବ୍ୟବସ୍ଥା ଉପରେ ପଡୁଛି। ଅର୍ଥବ୍ୟବସ୍ଥା ଲାଗି ଡିଜେଲ ଏବେ ଗୁରୁତ୍ୱପୂର୍ଣ୍ଣ। ଟ୍ରକ, ଟ୍ରେନ ଓ ପାଣି ଜାହାଜ ଯେଉଁଥିରେ ପଣ୍ୟ ପରିବହନ ହେଉଛି ସେଥିଲାଗି ଡିଜେଲ ଜରୁରୀ। ପଣ୍ୟ ପରିବହନ ଅର୍ଥବ୍ୟବସ୍ଥାକୁ ଜୀବିତ କରି ରଖେ। ତେବେ ଡିଜେଲ ଅଭାବ ଯୋଗୁ ପରିବହନ ପ୍ରଭାବିତ ହେଉଥିବା ବେଳେ ଏହାର ପ୍ରଭାବ ବଜାର ଉପରେ ପଡିବା ଆରମ୍ଭ ହେଲାଣି।

ୟୁରୋପୀୟ ଦେଶରେ ଯେବେଠୁ ରୁଷ୍‌ର ଗ୍ୟାସ୍‌ର ଯୋଗାଣ ବନ୍ଦ ହେଲାଣି ଲୋକେ ସେବେଠୁ ଡିଜେଲମୁହାଁ ହେଲେଣି। ଗତ ସାଢେ ୩ ମାସ ହେଲା ରୁଷ୍‌ରୁ ଇୟୁରୋପକୁ ଡିଜେଲ ଆସୁନି। ଏଥିରେ ଫ୍ରାନ୍ସ ଅଏଲ ରିଫାଇନାରୀରେ ୩ ସପ୍ତାହ ଧରି କର୍ମଚାରୀଙ୍କ ହରତାଳ ପରିସ୍ଥିତିକୁ ଅଧିକ ଖରାପ କରିଦେଇଛି। ଏଣୁ ବଜାରରେ ଡିଜେଲ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଲୋକେ ଉଚ୍ଚ ମୂଲ୍ୟ ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ୟୁରୋପ ଭଳି ଆମେରିକାରେ ମଧ୍ୟ ଡିଜେଲର ଘୋର ଅଭାବ ଦେଖାଦେଇଛି। ରିପୋର୍ଟ ଅନୁସାରେ ୟୁରୋପକୁ ରୁଷୀୟ ଡିଜେଲର ଯୋଗାଣ ସେପ୍ଟେମ୍ବର ମାସରେ ୪୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଆମେରିକାର ବାଇଡେନ ପ୍ରଶାସନ ତୈଳ ଉତ୍ପାଦକଙ୍କୁ ଡିଜେଲ ରପ୍ତାନି ରୋକିଦେଇ ଷ୍ଟକ୍‌ ପୂରଣ କରିବାକୁ କହିଛନ୍ତି।

- Advertisement -

ଏବେ ଆମେରିକୀୟ ଡିଜେଲ ରପ୍ତାନି ବନ୍ଦ ହେବା ୟୁରୋପର ପରିସ୍ଥିତିକୁ ଅଣାୟତ୍ତ କରିଦେଇଛି। ବିଶ୍ୱର ଅର୍ଥନୀତି ଲାଗି ଡିଜେଲକୁ ଇଞ୍ଜିନର ମାନ୍ୟତା ଦିଆଯାଇଛି। ଏଣୁ ଡିଜେଲର ମୂଲ୍ୟ ବୃଦ୍ଧି ହେଉଥିବାରୁ ସବୁ ପ୍ରକାର ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ଏବେ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ମୂଲ୍ୟ ବୃଦ୍ଧି ହେବାକୁ ଯାଉଥିବା ସମଗ୍ର ଅର୍ଥ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିବ ବୋଲି ଅନୁମାନ କରାଗଲାଣି। ଡିଜେଲ ଅଭାବର ପ୍ରଭାବ ଏବେ ବର୍ଲିନ, ପ୍ୟାରିସ୍‌ ଆଦି ବଡ଼ବଡ଼ ସହରରେ ଅନୁଭୂତ ହେଉଛି। ରୁଷ୍‌ ଉତ୍ପାଦିତ ୮୦ ପ୍ରତିଶତ ତୈଳ ଇୟୁରୋପୀୟ ଦେଶଙ୍କୁ ଯାଉଥିଲା। ଯୁଦ୍ଧ ଲାଗିବା ଓ କଟକଣା ଯୋଗୁଁ ରୁଷ୍‌ ଏବେ ଯୋଗାଣ ସମେତ ଉତ୍ପାଦନ ମଧ୍ୟ ହ୍ରାସ କରିଛି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories