୫୦୦କୋଟିରେ ନିଲାମ ହେଲା ତିରୁପତିଙ୍କ ଗୋଲାପୀ ହୀରା !

0

ହାଇଦ୍ରାବାଦ: ବିଶ୍ୱ ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରର ପୂର୍ବ ପୂଜାରୀ ରମନ୍ନା ଦୀକ୍ଷିତୁଲୁ ତିରୁପତି ମନ୍ଦିର ସମ୍ପତ୍ତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ମନ୍ଦିର ପ୍ରଶାସନ ତିରୁପତିଙ୍କ ସମ୍ପତ୍ତିର ଦୁରୁପୋଯୋଗ କରିଥିବା ଅଭିଯୋଗ କରିଛନ୍ତି ରମନ୍ନା। ମନ୍ଦିର ପ୍ରଶାସନ ବେଆଇନ ଭାବରେ ମନ୍ଦିର ରୋଷେଇ ଘରେ ଭଙ୍ଗାରୁଜା କରିବା ସହ ତିରୁପତି ବାଲାଜୀଙ୍କ ଗୋଲାପୀ ହୀରା ନିଖୋଜ ସମ୍ପର୍କରେ ସୁରାକ ଦେଇଛନ୍ତି ରମନ୍ନା। ତିରୁପତି ମନ୍ଦିରରେ ଥିବା ଏହି ମୂଲ୍ୟବାନ ହୀରା ଥିଲା। ଏହା ମୂଲ୍ୟବାନ ହେବାର କାରଣ ଏହା ଗୋଲାପୀ ରଙ୍ଗ। ଏଭଳି ଏକ ହୀରା ନିକଟରେ ଜେନିଭାରେ ୫୦୦କୋଟିରେ ବିକ୍ରି କରାଯାଇଛି। ତେବେ ଏହି ହୀରା ଜେନିଭାକୁ କିପରି ଗଲା ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି ରମନ୍ନା।


ନିକଟରେ ୬୫ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ପୂଜାରୀଙ୍କୁ ଅବସର ଦେବାକୁ ମନ୍ଦିର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହା ଦ୍ୱାରା ରମନ୍ନାଙ୍କୁ ମଧ୍ୟ ପୂଜାରୀ ପଦରୁ ଅବସର ନେବାକୁ ପଡ଼ିଥିଲା। ଅବସର ଗ୍ରହଣ କରିବା ପରେ ମନ୍ଦିର ପ୍ରଶାସନ ତିରୁପତି ବାଲାଜୀଙ୍କ ମୂଲ୍ୟବାନ ଆଭୂଷଣ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି। ଏଗୁଡ଼ିକ ମଧ୍ୟରୁ ବ୍ୟାପକ ଟଙ୍କା ଚନ୍ଦ୍ରବାବୁ ନାଇଡ଼ୁଙ୍କ ନିର୍ବାଚନ ଖର୍ଚ୍ଚରେ ବ୍ୟବହୃତ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ରୋଷେଇ ଘରକୁ ବନ୍ଦ କରାଯାଇ ଏଭଳି ମୂଲ୍ୟବାନ ସମ୍ପତ୍ତିକୁ ହଡ଼ପ କରାଯାଇଛି ବୋଲି ରମନ୍ନା ଅଭିଯୋଗ ଆଣିଛନ୍ତି।

Leave A Reply