www.samajalive.in
Sunday, December 7, 2025
18.1 C
Bhubaneswar

ଏମ୍‌ସିସିର ଆଜୀବନ ସଦସ୍ୟ ହେଲେ ଧୋନି, ଯୁବରାଜ,ରୈନା, ମିତାଲି, ଝୁଲଣ

ମୁମ୍ବାଇ  : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଯୁବରାଜ ସିଂହ, ସୁରେଶ ରୈନାଙ୍କ ସହ ପୂର୍ବତନ ମହିଳା କ୍ରିକେଟର ମିତାଲି ରାଜ୍‌ ଓ ଝୁଲଣ ଗୌସ୍ବାମୀ ସମ୍ମାନଜନକ ମେରିଲିବନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)ର ଆଜୀବନ ସଦସ୍ୟ ଭାବେ ମନୋନୀତ  ହୋଇଛନ୍ତି। ଲଣ୍ଡନର ଏହି ପ୍ରତିଷ୍ଠିତ କ୍ଲବ ଟେଷ୍ଟ ଖେଳୁଥିବା ଦେଶର ୧୯ଜଣ ପୂର୍ବତନ କ୍ରିକେଟରଙ୍କୁ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରିଛି। ଯେଉଁଥିରେ ଭାରତରୁ ୫ ଜଣ ପୂର୍ବତନ କ୍ରିକେଟର ସ୍ଥାନ ପାଇଛନ୍ତି । ନୂତନ ସଦସ୍ୟ ଭାବେ ଭାରତ ଓ ଇଂଲଣ୍ଡରୁ ୫ଜଣ ଲେଖାଏଁ ରହିଛନ୍ତି। ଅନ୍ୟ ଦେଶ ଗୁଡ଼ିକ ମଧ୍ୟରୁ ବାଂଲାଦେଶ,ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ,  ଦକ୍ଷିଣ ଆଫ୍ରିକା , ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜରୁ ୯ଜଣ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ଖେଳାଳିମାନଙ୍କ ମଧ୍ୟରେ ଇୟାନ ମୋର୍ଗାନ, ଲାଉରା ମାଶ, ଜେନି ଗୁନ୍‌,ଆନ୍ୟ ସର୍ବୋସୋଲ, କେଭିନ ପିଟରସନ ପ୍ରମୁଖ ରହିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ, ୨୦୧୧ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଚମ୍ପିଆନ ହୋଇଥିଲା। ଯୁବରାଜ ଉକ୍ତ ଦୁଇ ବିଶ୍ବକପ ବିଜୟୀରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୁରେଶ ରୈନା ୧୩ବର୍ଷର କ୍ରିକେଟ ଜୀବନରେ ୫୫୦୦ରନ କରିଥିଲେ। ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିବା ମହିଳା କ୍ରିକେଟର ଝୁଲଣ ଗୌସ୍ବାମୀ ଦିନିକିଆ ମହିଳା କ୍ରିକେଟରେ ଏବେ ମଧ୍ୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି। ମିତାଲି ରାଜ୍‌ ମଧ୍ୟ ଦିନିକିଆରେ ୨୧୧ଟି ଇନିଂସରୁ ୭୮୦୫ରନ କରିଛନ୍ତି। ଏମ୍‌ସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସମ୍ପାଦକ ଗୋଏ ଲିଭେଣ୍ଡର କହିଛନ୍ତି ଯେ, ପୂର୍ବତନ କ୍ରିକେଟରମାନଙ୍କୁ ସମ୍ମାନ ଦେବା ନେଇ ଏମ୍‌ସିସି ଉକ୍ତ୍ ଖେଳାଳିମାନଙ୍କୁ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରିଛି। ଆଧୁନିକ କ୍ରିକେଟର ଏମାନେ ଅନ୍ୟତମ କିମ୍ବଦନ୍ତୀ ଖେଳାଳି। ଉକ୍ତ କ୍ରିକେଟରମାନଙ୍କୁ ସାମିଲ କରିବା ଦ୍ବାରା କ୍ଲବର ମାନ ମଧ୍ୟ ବୃଦ୍ଧି ପାଇବ ବୋଲି ଲିଭେଣ୍ଡର କହିଛନ୍ତି। ସୂଚନାଯୋଗ୍ୟ, ମେରିଲିବନ କ୍ରିକେଟ କ୍ଲବ କ୍ରିକେଟର ନୂତନ ନିୟମ ପ୍ରଣୟନ ଦିଗରେ କାଯ୍ୟ କରିଥାଏ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories