ବିହାର : ମନ୍ତ୍ରୀ ଓ ବିଧାୟକଙ୍କ ପୋଷାକ ଧୋଇବେନି ରଜକ

0

ପାଟନା : ଜନପ୍ରତିନିଧି ଓ ଉଚ୍ଚପଦସ୍ତ ସରକାରୀ ଅଧିକାରୀଙ୍କ ପୋଷାକ ନ ଧୋଇବାକୁ ପାଟନା ଜିଲା ରଜକ ସଂଘ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ ଅପ୍ରେଲ ୧ରୁ ରଜକମାନେ ରାଜଧାନୀ ପାଟନାରେ ରହୁଥିବା ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ଅଧିକାରୀଙ୍କ ପୋଷାକ ଧୋଇବେ ନାହିଁ । ଧୋବା ସମୂଦାୟଙ୍କ ଦୀର୍ଘ ଦିନର ଦାବିକୁ ସରକାର ଗୁରୁଦ୍ୱ ନ ଦେବାରୁ ଧୋବା ସଂଘ ଏପରି ନିଷ୍ପତ୍ତି ନେଇଛି । ପାଟନା ଜିଲା ରଜକ (ଧୋବା) ସଂଘ ସଭାପତି ରାମବିଳାସ ପ୍ରସାଦ କହିଛନ୍ତି ଯେ ରଜକଙ୍କୁ ସରକାରୀ ସ୍ୱୀକୃତି ମିଳୁନଥିବାରୁ ଧୋବା ଘାଟ ନିର୍ମାଣ ହୋଇପାରୁ ନାହିଁ । ରଜକଙ୍କ ପାଇଁ ସରକାରଙ୍କ କୌଣସି ବ୍ୟବସ୍ଥା ନାହିଁ। ରଜକଙ୍କ ବୀମାକରଣ ପାଇଁ ଦାବି କରାଯାଉଥିବାବେଳେ ସରକାର ଏଥିପ୍ରତି ଧ୍ୟାନ ଦେଉନାହିଁ । ବାଧ୍ୟ ହୋଇ ରଜକ ସଂଘ ଏହି ନିଷ୍ପତ୍ତି ନେଇଛି । ଏହାବାଦ ସରକାର ନଶୁଣିଲେ ଅପ୍ରେଲ ୧୬ରୁ ସେମାନେ ଧାରଣା ଦେବେ ବୋଲି ସେ କହିଛନ୍ତି ।

Leave A Reply