www.samajalive.in
Wednesday, December 10, 2025
17.1 C
Bhubaneswar

ପୁଲିସ ସହ ଧର୍ମ୍ରେନ୍ଦ୍ରଙ୍କ ଯୁକ୍ତିତର୍କ; ଭିଡିଓ ଭାଇରାଲ

ବୁର୍ଲା : ସମ୍ବଲପୁର ଜିଲା ବୁର୍ଲା ନିକଟସ୍ଥ ଏକ ନିର୍ବାଚନ ପଡିଆରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମ୍ରେନ୍ଦ୍ର ପ୍ରଧାନ ଓ ପୁଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଏମସିଏଲ ଜାଗୃତି ବିହାର ସ୍ଥିତ ପଡିଆରେ ନୀତିଶ ଗଙ୍ଗଦେବଙ୍କ ସହ କେନ୍ଦ୍ରମନ୍ତ୍ରୀ ହେଲିକ୍ୟାପ୍ଟରରେ ଅବତରଣ କରିଥିଲେ। ଏହି ସମୟରେ ଡିିଆଇବି ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ହେଲିକ୍ୟାପ୍ଟର ସହ ଧର୍ମ୍ରେନ୍ଦ୍ରଙ୍କ ସାଙ୍ଗରେ ଥିବା ୩ଟି ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାକୁ ନେଇ ଧର୍ମ୍ରେନ୍ଦ୍ର ରାଗିଯାଇଥିବା ଦେଖିବାକୁ ମିଳିଥିଲା। କିଛି ନେତାଙ୍କ ଇସାରାରେ ରାଜ୍ୟ ପୁଲିସ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ନିକଟରୁ କୌଣସି ଆପତ୍ତିଜନକ ଜିନିଷ ମିଳିନଥିବା ବୁର୍ଲା ଏସଡିପିଓ ଶିଶୁରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଯୁକ୍ତିତର୍କକୁ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories