ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର କ୍ୟାବନେଟ୍ ଭର୍ଚୁଆଲ ବୈଠକ ଅବସରରେ ଆଜି ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀଗଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଓ ବୈଠକରେ ସାମିଲ ସମସ୍ତେ ସ୍ୱର୍ଗତ ମୁଖାର୍ଜୀଙ୍କ ସ୍ମୃତିଚାରଣ କରିବା ସହ ପ୍ରାର୍ଥନା କରିଥିଲେ।
ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ପ୍ରଣବ ଦା’ ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱ, ଆଗାଧ୍ୟ ପାଣ୍ଡିତ୍ୟ ଥିଲେ। ଶିକ୍ଷାଗତ ଜୀବନରେ ତାଙ୍କର କୃତିତ୍ୱ ଅତ୍ୟନ୍ତ ଚମତ୍କାର ଥିଲା। ଜ୍ଞାନର ଭଣ୍ଡାର ପ୍ରଣବ ଦା’ ସଂସ୍କୃତ ଶ୍ଲୋକରେ ପାଠ କରିବା ସହ ସାମାନ ଭାବରେ ସଂସଦୀୟ କାର୍ଯ୍ୟରେ ବିଚାରବିମର୍ଷ କରିବାର କ୍ଷମତା ରଖୁଥିଲେ। ପ୍ରଣବ ଦା’ ଅନେକଙ୍କ ମଧ୍ୟରେ ଅଲିଭା ଛାପ ଛାଡି ଚାଲିଯାଇଛନ୍ତି।
ସେ କୌଣସି ବିଷୟରୁ ଦୂରେଇ ଯାଉନଥିଲେ ଏବଂ ସମସ୍ତଙ୍କ ସହ ନିଜର ଖୁସି ବାଂଟୁଥିଲେ। ଏହାସହ ସେ ତାଙ୍କର ସହକର୍ମୀ, କିମ୍ବା ତାଙ୍କ ଠାରୁ ସାନ ଓ ସାମ୍ବାଦିକଙ୍କ ପ୍ରଶ୍ନ ପାଇଁ ସେ ସର୍ବଦା ପ୍ରସ୍ତୁତ ରହୁଥିଲେ। ସେ ରାଜନୀତି କ୍ଷେତ୍ରରେ ଦଳ ବାହାରେ ମୋ ସମେତ ଅନେକଙ୍କ ପାଇଁ ଜଣେ ଅଭିଭାବକ ଓ ପିତା ସମାନ ଥିଲେ ଓ ଜଣେ ଭଲ ପରାମର୍ଶଦାତା ମଧ୍ୟ ଥିଲେ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ମୁଁ ଯେତେବେଳେ ତାଙ୍କ ସହ ଭେଟିବାର ସୁଯୋଗ ପାଏ ପ୍ରତ୍ୟେକ ସମୟରେ ସେ ପ୍ରଣବ ଦା’ଙ୍କ ବୌଦ୍ଧିକ ଜ୍ଞାନ, ଭଲ ପାଇବା, କାମ କରିବାର ଉଷ୍ମତା ତାଙ୍କୁ ଭିନ୍ନ ଅନୁଭବ ଦିଏ। ତାଙ୍କର ବିଚାରଧାରା ଓ ଚିନ୍ତାଧାରା ଆମ ସମସ୍ତଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମାଦର୍ଶନ ଦେବ ଓ ତାଙ୍କର ସ୍ମୃତି
ଚିରସ୍ମରଣୀୟ ହୋଇ ରହିବ ଶ୍ରୀ ପ୍ରଧାନ କହିଛନ୍ତି।
ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ବିଚାରଧାରା ଓ ଚିନ୍ତାଧାରା ସମସ୍ତଙ୍କୁ ମାର୍ଗଦର୍ଶନ ଦେବ-ଧର୍ମେନ୍ଦ୍ର ପ୍ରଧାନ
Popular Categories



