କୋଣାର୍କରେ ବିଶ୍ୱମାନର ପର୍ଯ୍ୟଟକ ସୁବିଧା ଓ ବ୍ୟାଖାନ କେନ୍ଦ୍ରକୁ   ଲୋକାର୍ପିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

କୋଣାର୍କ:  କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ନିକଟରେ ଅତ୍ୟାଧୁନିକ ପର୍ଯ୍ୟଟକଙ୍କ ସୁବିଧା କେନ୍ଦ୍ର  ଓ କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବା ଇଣ୍ଟରପ୍ରିଟେସନ୍‌ କେନ୍ଦ୍ରକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଲୋକାର୍ପିତ କରିଛନ୍ତି ।

ପର୍ଯ୍ୟଟକ ଓ ଯୁବପୀଢିଙ୍କୁ  କୋଣାର୍କ ମନ୍ଦିର ନିର୍ମାଣ ସହ ଏହାର ଐତିହ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ଏଠାରେ ଇଣ୍ଟରପ୍ରିଟେସନ କେନ୍ଦ୍ରକୁ ନିର୍ମାଣ କରାଯାଇଛି । ଏଥିରେ କୋଣାର୍କ ମନ୍ଦିର ନିର୍ମାଣ ସମ୍ପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଛି । ଏହା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବସ୍‍ ଷ୍ଟାଣ୍ଡ, କାର୍‍, ତିନି ଚକିଆ ଓ ଦୁଇ ଚକିଆ ଯାନ ରହଣୀ ସ୍ଥାନ, ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶ୍ରାମ ସ୍ଥାନ ସହ ସୁନ୍ଦର ବଗିଚା ଓ ଜଳାଶୟ ଆଦିକୁ  ଲୋକାର୍ପିତ କରାଯାଇଛି ।

କୋଣାର୍କ ମନ୍ଦିର ଏକ ଭଗ୍ନସ୍ତୂପ ନୁହେଁ, ଏହା ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ ବୋଲି କେନ୍ଦ୍ର ମନ୍ତ୍ରୀ ନିଜ ଅଭିଭାଷଣରେ ସୂଚନା ଦେଇଛନ୍ତି ।

Leave A Reply