ଚୁକ୍ତିପତ୍ରର ୫ ମାସ ପରେ ମଧ୍ୟ ଆରମ୍ଭ ହୋଇ ପାରୁନି ୨୧୧କୋଟି ଟଙ୍କାର ପ୍ରକଳ୍ପ

ଧାମରା: ଧାମରା- ଜାମୁଝାଡି ରାସ୍ତା ୩୦ ମାସ ମଧ୍ୟରେ କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବା ପାଇଁ ହୋଇଥିବା ଚୁକ୍ତିପତ୍ରରେ ଦର୍ଶାଯାଇଛି । ମାର୍ଚ୍ଚ ୨୦୧୯ରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୨୦୨୧ ରେ ଶେଷ ହେବ। ମାତ୍ର ଅଦ୍ୟାବଧି ଏହି କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ, ଧାମରା- ଜାମୁଝାଡି ୫୬ କି.ମି ରାସ୍ତାକୁ ସରକାର ୧୬-ଏ ରାଜପଥର ମାନ୍ୟତା ଦେବା ସହ ଓଡିଶା ସରକାର, ଧାମରା ବନ୍ଦର କୃତୁପକ୍ଷ ଏବଂ ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ କତୃପକ୍ଷଙ୍କ ସହଭାଗିତାରେ ଏହି ରାଜରାସ୍ତା ନିର୍ମାଣ ହେବ ବୋଲି ରାଜ୍ୟ ସରକାର ୟୁଏମଏସଇ କମ୍ପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଥିଲେ। ଏହି ରାସ୍ତା ନିର୍ମାଣ ପାଇଁ ୩ଜଣ ସହଭାଗିତାରେ ପ୍ରତ୍ୟେକ ୭୫କୋଟି ଟଙ୍କା ପ୍ରଦାନ କରିଥିଲେ। ଏହିପରି ୨୧୧ କୋଟି ଟଙ୍କାରେ ଏହି ରାସ୍ତା ସମ୍ପୂର୍ଣ୍ଣ ହେବ ବୋଲି ସରକାର ବିଧାନସଭାରେ ପ୍ରକାଶ କରିଥିଲେ। ମାତ୍ର ଚୁକ୍ତିନାମା ସମ୍ପର୍ଣ୍ଣ ହେବାର ଦୀର୍ଘ ୫ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ କି ନାହିଁ ତାହା ଅମିମାଂଶିତ ହୋଇ ରହିଯାଇଛି। ଫଳରେ ଏହି ରାସ୍ତା କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

kalyan agarbati

Comments are closed.