ଧାମରା ଧୀବରଙ୍କ ମୃତଦେହ କସିଆରୁ ଉଦ୍ଧାର

ଧାମରା: ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିବା ଧାମରା ଧୀବରଙ୍କ ମୃତଦେହ କସିଆରୁ ଉଦ୍ଧାର କରାଯାଇଛି। ତାଙ୍କର ମୃତ୍ୟୁ ଅସ୍ବାଭାବିକ ଭାବେ ହୋଇଛି ବୋଲି ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଜାରି ରକଇଛି।
ମିଳିଥିବା ସୂଚନା ଅନୁଯାୟୀ ଧାମରା ନିକଟସ୍ଥ ଓରାମାଳ ଗ୍ରାମର ଆଶିଷ କୁମାର ମଣ୍ଡଳ ଗତ ୮ତାରିଖ ଦିନ ବାସୁଦେବପୁର କସିଆ ମେରାଇନ ଅର୍ନ୍ତଗତ ସମୁଦ୍ରକୁ କଶିଆ ଅଞ୍ଚଳର ମା’ ମଙ୍ଗଳା ବୋଟରେ ମାଛ ଧରିବାକୁ ଯାଇଥିଲେ। ୧୦ତାରିଖ ଦିନ ସକାଳ ସମୟରେ ସେହି ବୋଟରୁ ଆଶିଷଙ୍କ ସାନ ଭାଇ ବିଶ୍ୱଜିତଙ୍କ ପାଖକୁ ଓାୟରଲେସ ମେସେଜ ଆସିଥିଲା ଯେ ତାଙ୍କ ଭାଇ ମା’ ମଙ୍ଗଳା ବୋଟରୁ ଖସି ନିଖୋଜ ହୋଇ ଯାଇଛନ୍ତି । ଏହି ଖବର ପାଇବା ପରେ ବିଶ୍ୱଜିତ ସମୁଦ୍ର ନିକଟସ୍ଥ ଅଞ୍ଚଳରେ ବହୁ ଖୋଜାଖୋଜି ପରେ ମଧ୍ୟ ନିଜ ଭାଇର କୌଣସି ଖୋଜ ଖବର ପାଇ ନଥିଲେ। ଆଜି କସିଆ ନିକଟରେ ଏକ ବୋଟ ସମୁଦ୍ରରେ ମାଛ ମାରୁଥିବା ବେଳେ ସମୁଦ୍ରରେ ଏକ ମୃତଦେହ ଭାସୁଥିବାର ଦେଖି କସିଆ ମେରାଇନ ଥାନାକୁ ଫୋନ ଯୋଗେ ଜଣାଇଥିଲା। ଅପରାହ୍ଣ ୪ଟା ସମୟରେ କସିଆ ସାମୁଦ୍ରିକ ଥାନା ପୁଲିସ ଯାଇ ସମୁଦ୍ରରୁ ଏକ ମୃତ ଦେହ ଠାବ କରିବା ସହ ଆଶିଷଙ୍କ ଘରକୁ ଖବର ଦେଇଥିଲେ। ଆଶିଷଙ୍କ ପରିବାର ଲୋକ ପହଞ୍ଚି ମୃତ ଦେହଟି ଆଶିଷର ବୋଲି ଚିହ୍ନଟ କରିଥିଲେ।

 

prayash

ମୃତକଙ୍କ ଭାଇ କସିଆ ମେରାଇନ ଥାନାରେ ଅଭିଯୋଗ କରିଛନ୍ତି ଯେ ଭାଇ ଆଶିଷ କୁମାର ମଣ୍ଡଳଙ୍କ ମୃତ୍ୟୁ ଅସ୍ବାଭାବିକ ଭାବେ ହୋଇଛି ଏବଂ ତାଙ୍କର ମୃତ୍ୟୁ ସନ୍ଦେହ ଜନକ ବୋଲି ଅନୁମାନ କରାଯାଉଛି। ତେଣୁ ଏହାର ତଦନ୍ତ କରାଯିବା ଦରକାର ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ କସିଆ ସାମୁଦ୍ରିକ ଥାନା ଅଧିକାରୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

kalyan agarbati

Comments are closed.