ଧାମରା: ସାଇବର ଠକେଇରେ ଶିକାର ହେଲେ ଜୀବନ ବୀମା ଅଧିକାରୀ

ଧାମରା: ସାଇବର ଠକେଇ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ଏହାକୁ ରୋକ ଲଗାଇବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଧାମରାରେ ଏହି ସାବର ଠକେଇର ଶିକାର ହୋଇଛନ୍ତି ଏକ ପ୍ରାଇଭେଟ ଜୀବନ ବୀମା କର୍ମଚାରୀ। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ଅଞ୍ଚଳର ନିମାଇଁ ସାଧନ ଗିରି ଶ୍ରୀରାମ ଜୀବନବୀମା କମ୍ପାନୀରେ ଜଣେ ପରିଚାଳକ ଭାବେ କାର୍ଯ୍ୟରତ। ତାଙ୍କ ଅଧୀନରେ ଜଣେ ଉପଭୋକ୍ତା ନିଜର ବଣ୍ଡ ପାଇବା ପାଇଁ ତାଙ୍କର ଦ୍ୱାରସ୍ଥ ହୋଇଥିଲେ। ନିମାଁଇ ସାଧନ ଗିରି ଶ୍ରୀରାମ ଫାଇନାନ୍ସ ମୁମ୍ବାଇ ଅଫିସ ସହ ଯୋଗାଯୋଗ କରି ଜାଣିବାକୁ ପାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ଜୀବନ ବୀମା ବଣ୍ଡ ଏକ ପ୍ରାଇଭେଟ କୋରିୟର ମାଧ୍ୟମରେ ପଠାଇ ଦିଆଯାଇଛି। ତତକ୍ଷଣାତ ନିମାଁଇ ସେହି କୋରିଅର କଷ୍ଟମର କେୟାର ସର୍ଭିସର ମୋବାଇଲ ନମ୍ବର ଗୁଗଲରେ ସର୍ଚ୍ଚ କରିଥିଲେ। ଏହାପରେ ସେ ଏକ ମୋବାଇଲ ନମ୍ବର ପାଇ ଯୋଗାଯୋଗ କରିଥିଲେ।

 

ନିଜକୁ ଘରୋଇ କୋରିଅରର ସହକାରୀ ବୋଲି କହିବା ସହ ସେ ଶ୍ରୀରାମ ଜୀବନବୀମା କମ୍ପାନୀ ପରିଚାଳକ ନିମାଇ ଗିରିଙ୍କ ମୋବାଇଲକୁ ଏକ ଟେଲି ଭେରିଫିକେସନ କୋର୍ଡ ପଠାଇଥିଲେ ଏବଂ ତୁରନ୍ତ ସେହି ଭେରିଫିକେସନ କୋର୍ଡ ଜଣାଇବାକୁ କହିଥିଲେ। ନିମାଇଁ ଗିରି ନିଜ ମୋବାଇଲକୁ ଆସିଥିବା ଟେଲି ଭେରିଫିକେସନ କୋଡ କହିବା ପରେ ପ୍ରଥମ କିସ୍ତିରେ ୪୯୯୯ ଟଙ୍କା କଟିଯାଇଥିଲା। ନିମାଇଁ ଏହା ଜାଣିବା ପରେ ତୁରନ୍ତ ବଳକା ଥିବା ୫୪୯୦ଟଙ୍କା ମଧ୍ୟରୁ ୫ହଜାର ଟଙ୍କା ନିଜର ସାଙ୍ଗ ପାଖକୁ ପଠାଇ ଦେଇଥିଲେ, ବଳକା ଥିବା ୪୯୦ଟଙ୍କାକୁ ମଧ୍ୟ ସଂପୃକ୍ତ ସାଇବର ଠକେଇ ଅଧିକାରୀ ଦ୍ୱିତୀୟ ପର୍ଯ୍ୟାୟରେ ନେବାକୁ ପଛେଇ ନଥିଲେ। ପରେ ଶ୍ରୀରାମ ଜୀବନବୀମା ଅଧିକାରୀ ନିମାଁଇ ଗିରି ତୁରନ୍ତ ସଂପୃକ୍ତ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ସେଥିରେ ତାଙ୍କୁ କୌଣସି ସୁଫଳ ମିଳିନଥିଲା।

Comments are closed.