www.samajalive.in
Sunday, December 7, 2025
14.1 C
Bhubaneswar

କଲାମ ଦ୍ୱୀପରୁ ଆଡଭାନ୍ସ ଏୟାର ଡିଫେନ୍ସ (ଆଡ) ମିସାଇଲର ସଫଳ ପରୀକ୍ଷଣ

ଧାମରା : ଧାମରା ସ୍ଥିତ କଲାମଦ୍ୱୀପରୁ ଆଜି ରାତି ୦୮.୦୪ ମିନିଟରେ ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ ହୋଇଯାଇଛି। ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲର ଏକ ସଂସ୍କରଣ । ରବିବାର ରାତି ୦୮ଟା ସମୟରେ ସମୁଦ୍ର ମଧ୍ୟରୁ ଏକ ଜାହାଜରୁ ମିସାଇଲ ଆକାଶ ମାର୍ଗକୁ ଛଡା ଯାଇଥିଲା। ଏହି ମିଶାଇଲ ଛଡାଯିବାର ୪ମିନିଟ ଅର୍ଥାତ ରାତି ୦୮.୦୪ ମିନିଟ ସମୟରେ ଧାମରାରେ ଥିବା କଲାମ ଘାଟିର ୪ ନଂ ଲଞ୍ଚ ପ୍ୟାଡରୁ ଏକ ଆଡ(ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ) ଜାହଜରୁ ଛଡା ହୋଇଥିବା ମିସାଇଲକୁ ଲକ୍ଷ୍ୟ କରି ଛଡା ଯାଇଥିଲା। ଫଳରେ ଏହା ପ୍ରଥମ ମିସାଇଲ ଲକ୍ଷ୍ୟଭେଦ କରିଥିଲା ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ପ୍ରକାଶ ପାଇଛି। ଆଜିର ଏହି ପରୀକ୍ଷଣକୁ ପାରାଦ୍ୱୀପ ଏବଂ କୋଣାର୍କରେ ଅବସ୍ଥାପିତ ହୋଇଥିବା ରାଡାର ଏହାର ଗତିବିଦ୍ଧିକୁ ଲକ୍ଷ୍ୟ କରିଥିଲା। କାଲାମ ଦ୍ୱୀପରେ ଥିବା ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତାଙ୍କ ଠାରୁ ପ୍ରକାଶ ଯେ ଆଜିର ଏହି ପରୀକ୍ଷଣ ସଫଳ ହୋଇଛି। ଏହି ମିସାଇଲ ଓଜନ ୧୨ଟନ ହୋଇଥିବା ବେଳେ ଓସାର ୧ଫୁଟ ୮ଇଞ୍ଚ ରହିଛି। ଏହାର ନିିର୍ଦ୍ଧାରିତ ଗତି ଘଣ୍ଟାକୁ ୩୪୨୨ମାଇଲ ଥିବାବେଳେ ଏହା ୧୨୦କ.ମି ଦୂରତା ଅତିକ୍ରମ କରିବା ସହ ଏହି ମିସାଇଲ ଏକ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ଭାରତୀୟ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯାଇଥିବା ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିିମିଟେଡ ଦ୍ୱାରା ନିିର୍ମିତ କରାଯାଇଛି। ଏହି ମିସାଇଲ ଅନ୍ତଃମହାଦେଶୀୟ ବାଲାଷ୍ଟିକ  କ୍ଷେପଣାସ୍ତ୍ର ହୋଇଥିବାରୁ ଏହା ଅନ୍ୟ ଶତ୍ରୁ ରାଜ୍ୟରୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ର ଗୁଡିକୁ ଖୁବ ସହଜରେ ମୁକାବିଲା କରିବା ସହ ଧଂସ କରିପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଆଡଭାନ୍ସ ଏୟାର ଡିଫେନ୍ସ ମିସାଇଲ ୧୮ଥର ପରୀକ୍ଷଣ କରାଯାଇସାରିଥିଲେ ମଧ୍ୟ ୧୬ ଥର ସଫଳ ପରୀକ୍ଷଣ ହୋଇଥିବା ବେଳେ ୨ଥର ବିଫଳ ହୋଇଛି। ଆଜିର ଏହି ପରୀକ୍ଷଣ ସମୟରେ ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ର ଓଡିଆ ନିର୍ଦେଶକ ବିନୟ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ବୈଞାନିକଙ୍କ, ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ଉଲ୍ଲେଖ ଯୋଗ୍ୟ ପାଗ ଖରାପ ଥିବାରୁ ୩ ଦିନ ହେବ ଆରମ୍ଭ ହୋଇଥିବା ପରୀକ୍ଷଣ ଶେଷ ମୁହୁର୍ତରେ ଅର୍ଥାତ ଆଜି ରାତି ୦୮.୦୪ ମିନିଟରେ ଶେଷ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories