ଧବଳେଶ୍ୱର କଂକ୍ରିଟସେତୁ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଗୁରୁଡିଝାଟିଆ :  ମଞ୍ଚେଶ୍ୱର ପାର୍ଶ୍ବରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁର ପରିସମାପ୍ତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବା ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ଫଳରେ ଶନିବାର ପାଇକାରପୁର ଗାଧୁଆ ଘାଟ ନିକଟରେ ଥିବା କେତେକ ନିର୍ମାଣ ଓ ମନ୍ଦିରକୁ ଉଚ୍ଛେଦ କରାଯାଇଛି । ଆଠଗଡ ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରିୟବ୍ରତ ଦାସ, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ ପ୍ରଧାନ, ରାଜସ୍ୱ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ କେତେକ ଗଛ କଟାଯିବା ସହ ପାଇକରାପୁର ଗାଧୁଆ ଘାଟ ଓ ସାଇକେଲଷ୍ଟାଣ୍ଡ ନିକଟରେ ଥିବା ଏକ ମନ୍ଦିରକୁ ମେସିନ ଦ୍ୱାରା ଭଙ୍ଗାଯାଇଥିଲା । ତା ସହିତ ଅନ୍ୟାନ୍ୟ କେତେକ ନିର୍ମାଣକୁ ଦୁଇତିନି ଦିନ ଭିତରେ ଉଚ୍ଛେଦ କରାଯିବା। ଫଳରେ ପୁରୁଣା କଟକ-ସମ୍ବଲପୁର ରାସ୍ତା ସହିତ କଂକ୍ରିଟ ସେତୁକୁ ସଂଯୋଗ କରାଯିବ। ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ଫୋର୍ସ ମୁତୟନ କରାଯାଇଥିଲା।

Comments are closed.