www.samajalive.in
Monday, December 15, 2025
24.1 C
Bhubaneswar

ପୁଲିଂ ଅଧିକାରୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ଯୋଗାଇବ ପୁଲିସ

କଟକ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଅଳ୍ପ କେତେକ ସ୍ଥାନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା ବେଳେ ଅନ୍ୟ ସମସ୍ତ ସ୍ଥାନରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା। ତୃତୀୟ ପର୍ଯ୍ୟାୟକୁ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ଉପରେ ପୁଲିସ ବିଶେଷ ଗୁରୁତ୍ବ ଦେଇଛି।
ଏ ନେଇ ଶନିବାର ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଦାୟିତ୍ବରେ ଥିବା ଡିଜିପି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିପି ଶ୍ରୀ ଶର୍ମା କଟକ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, ଦେଓଗଡ, ନୟାଗଡ ଜିଲାର ଏସ୍‌ପି/ ଡିସିପିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଇନ୍‌ ଶୃଙ୍ଖଳା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ତୃତୀୟ ପର୍ଯ୍ୟାୟ​‌େ​‌ର ହେବାକୁ ଥିବା ଜିଲାଗୁଡିକରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଳନ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ବହୁ ହେଭିୱେଟ୍‌ ନେତା ପ୍ରଚାରରେ ଆସିବାକୁ ଥିବାବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।
ଏଥିସହ ନିର୍ବାଚନ ସମୟରେ ଆବଶ୍ୟକ ମାନବ ସମ୍ବଳ, ପରିବହନ ଓ ଯୋଗାଯୋଗ, ଗୁଇନ୍ଦା ବିଭାଗର ସକ୍ରିୟତା, ପ୍ରଚାରରେ ଅାସୁଥିବା ଭିଭିଆଇପିଙ୍କ ସୁରକ୍ଷା, ବିଭିନ୍ନ ନିର୍ବାଚନୀ କ୍ଷେତ୍ରର ରାଜନୈତିକ ପରିସ୍ଥିତି ଉପରେ ନଜର ରଖିବା, ଅଚରଣ ବିଧି ପାଳନ, ନିର୍ବାଚନ ସଂକ୍ରାନ୍ତ ଅପରାଧିକ ମାମଲାଗୁଡିକ ଉପରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସ୍ପେଶାଲ ଡ୍ରାଇଭ୍‌, ସମ୍ବେଦନଶୀଳ ସ୍ଥାନଗୁଡିରେ ପ୍ଲାଗ୍‌ମାର୍ଚ୍ଚ କରାଯିବା ଉପରେ ଡିଜିପି ଗୁରୁତ୍ବ ଦେଇଛନ୍ତି। ନିର୍ବାଚନ ଲାଗି କରାଯାଉଥିବା ସ୍ପେଶାଲ ଡ୍ରାଇଭ୍‌, ସିଆରପିସି ୧୧୦ ଧାରାରେ ଗିରଫଦାରୀ, ଏନ୍‌ବିଡବ୍ଲୁ, ବେଆଇନ୍‌ ନିଶା କାରବାର ରୋକିବା ଉପରେ ହେଉଥିବା ଚଢଉକୁ ତଦାରଖ କରିଥିଲେ। ସମସ୍ତ ଏସ୍‌ପି ସୁରକ୍ଷା ବଳ ନିୟୋଜନର ଯୋଜନା ପ୍ରସ୍ତୁତ କରିବେ। ପୁଲିଂ ବୁଥ୍‌କୁ ଯିବା ଓ ଫେରିବା ସମୟରେ ପୁଲିଂ ଅଧିକାରୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ଯୋଗଇଦେବା ଲାଗି ଡିଜିପି ଶର୍ମା ନିର୍ଦେଶ ଦେଇଛନ୍ତି।
ଏହି ବୈଠକରେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦେଶକ, ଏଡିଜି (ଅପରେସନ), ଏଡିଜି (ଲ’ଆଣ୍ଡ ଅର୍ଡର), ଏଡିଜି (ମଡର୍ଣ୍ଣାଇଜେସନ), ଆଇଜିପି (ସିଆର),ଆଇଜି (ପର୍ସୋନେଲ), ଆଇଜି (ହେଡକ୍ବାଟର୍ସ)ଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories