www.samajalive.in
Monday, December 15, 2025
14.1 C
Bhubaneswar

ଅମୃତସରରୁ ବିଜେପି ପ୍ରାର୍ଥୀ ହେବେ ସନ୍ନି ଦେଓଲ !

ଚଣ୍ଡିଗଡ଼/ନୂଆଦିଲ୍ଲୀ : ଅଭିନେତା ସନ୍ନି ଦେଓଲ ଅମୃତସର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି। ଶନିବାର ଆକ୍ସନ ହିରୋ ଭାବେ ପରିଚିତ ଦେଓଲଙ୍କୁ ବିଜେପି ସଭାପତି ଅମିତ ଶାହା ଭେଟିବା ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି। ପଞ୍ଜାବରେ ଶିରୋମଣି ଅକାଳି ଦଳ ସହିତ ମେଣ୍ଟକ୍ରମେ ବିଜେପି ମୋଟ ୧୩ ଆସନରୁ ଅମୃତସର, ହୋସିଆରପୁର ଓ ଗୁରୁଦାସପୁର ଭଳି ୩ଟିରେ ପ୍ରତିଦ୍ବନ୍ଦ୍ବିତା କରୁଛି। ମଇ ୧୯ରେ ପଞ୍ଜାବରେ ନିର୍ବାଚନ ହେଉଛି । ଏହି ତିନି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରି ନାହିଁ। ଦେଓଲଙ୍କ କହିବାନୁଯାୟୀ, ‘ମୁଁ ରାଜନୀତିରେ ଯୋଗ ଦେଉଥିବା ନେଇ ହେଉଥିବା ଚର୍ଚ୍ଚା ଶୁଣିବା ପରେ ଅମିତ ଶାହାଙ୍କୁ ଭେଟିଥିଲି ଓ ତାଙ୍କ ସହିତ କେବଳ ଫଟୋ ଉଠାଇଛି । ଆଉ ଅଧିକ କିଛି ନାହିଁ ।’ ‘ଗଦ୍ଦର: ଏକ୍‌ ପ୍ରେମ୍‌ କଥା’, ‘ହିମ୍ମତ’, ‘ଘାତକ’, ‘ବର୍ଡର’ , ‘ଘାୟଲ’ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରସିଦ୍ଧି ଲାଭକରିଥିବା ୬୨ବର୍ଷୀୟ ସନ୍ନି ପ୍ରକାରାନ୍ତରେ ନିର୍ବାଚନ ଲଢ଼ିବା ଖବରକୁ ସ୍ବୀକାର କରିଛନ୍ତି।
ପୂର୍ବରୁ ସନ୍ନିଙ୍କ ବାପା ପ୍ରଖ୍ୟାତ ଅଭିନେତା ଧର୍ମେନ୍ଦ୍ର ୨୦୦୪ରେ ରାଜସ୍ଥାନର ବିକାନେରରୁ ବିଜେପି ସାଂସଦ ଥିଲେ। ଧର୍ମେନ୍ଦ୍ରଙ୍କ ପତ୍ନୀ ହେମାମାଳିନୀ ମଥୁରା ସାଂସଦ ଅଛନ୍ତି । ଚଳିତ ନିର୍ବାଚନରେ ପୁଣି ମଥୁରାରୁ ପ୍ରାର୍ଥୀ ହୋଇଥିବା ହେମାଙ୍କ ପାଇଁ ଧର୍ମେନ୍ଦ୍ର ସେଠାରେ ପ୍ରଚାର କରୁଛନ୍ତି।

ସୂଚନାଯୋଗ୍ୟ ଯେ ଅମୃତସର ଆସନ ପାଇଁ ଅଭିନେତ୍ରୀ ତଥା ବିଜେପିର ମୁମ୍ବଇ ଶାଖା ଉପସଭାନେତ୍ରୀ ପୁନମ ଧିଲୋଁଙ୍କ ସହ ରାଜିନ୍ଦର ମୋହନ ସିଂହ ଚିନାଙ୍କ ନାମ ମଧ୍ୟ ଶୁଣାଯାଉଛି। ପୂର୍ବରୁ ଏହି ଆସନରୁ ନବଜୋତ୍‌ ସିଂହ ସିଧୁ ବିଜୟୀ ହୋଇଥିଲେ। ସେହିଭଳି ଗୁରୁଦାସପୁରରୁ ଅଭିନେତା ବିନୋଦ ଖାନ୍ନା ବିଜେପି ସଦସ୍ୟ ଭାବେ ପ୍ରତିନିଧିତ୍ବ କରୁଥିଲେ। ତାଙ୍କ ମୃତ୍ୟୁ ପରେ ସେଠାରେ ବିନୋଦଙ୍କ ପତ୍ନୀ କବିତା କିମ୍ବା ପୁଅ ଅକ୍ଷୟ ଖାନ୍ନାଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories