www.samajalive.in
Monday, December 15, 2025
24.1 C
Bhubaneswar

କୁମ୍ଭମେଳା ୨୦୨୧; ତୃତୀୟ ସାହିସ୍ନାନ ସଂପନ୍ନ

ହରିଦ୍ୱାର: ଦେଶବ୍ୟାପୀ କୋଭିଡ-୧୯ ସଂକ୍ରମଣ ଆତଙ୍କ ଖେଳାଇବାରେ ଲାଗିଥିବାବେଳେ ଏଠାରେ କୁମ୍ବମେଳା ଅବସରରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ତୃତୀୟ ସାହିସ୍ନାନ ଅନୁଷ୍ଠିତ ହୋଇଛି। ପୂର୍ବରୁ ମାର୍ଚ୍ଚ ୧୧ ତାରିଖରେ ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଥମ ସାହିସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ଦ୍ୱିତୀୟ ସାହିସ୍ନାନ ଚଳିତ ମାସ ୧୨ ତାରିଖରେ ପଡିଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ଚଳିତ ବର୍ଷ କୁମ୍ଭମେଳା ଅବସରରେ ଏଠାରେ ଚାରିଟି ସାହିସ୍ନାନ ଏବଂ ୯ଟି ଗଙ୍ଗା ସ୍ନାନ ଆୟୋଜିତ ହେବ। କୁମ୍ଭମେଳା ସାଧାରଣତଃ ପ୍ରାୟ ଚାରିମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ କାଟଛାଣ୍ଟ କରାଯାଇ ଏକମାସ କରାଯାଇଛି। ଇତିମଧ୍ୟରେ ଉତ୍ତରାଖଣ୍ଡରେ ଗତ ୨୪ ଘଣ୍ଟାରେ ନୂଆ ୧୯୨୫ ଜଣ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୨,୦୭୧କୁ ବୃଦ୍ଧିପାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories