ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ୧୫ ଦିନିଆ କଡ଼ା କଟକଣା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ରାଜ୍ୟବାସୀଙ୍କୁ ଏକ ଭର୍ଚୁଆଲ୍ ବାର୍ତ୍ତାରେ ଶ୍ରୀ ଠାକରେ କହିଛନ୍ତି, ଦୈନିକ କୋଭିଡ ସଂକ୍ରମଣ ମାମଲା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ସମଗ୍ର ରାଜ୍ୟରେ ଧାରା ୧୪୪ ଜାରି କରାଯିବ। ଏହି ସମୟରେ ମୁମ୍ବାଇ ଲୋକାଲ୍ ଟ୍ରେନ୍ ଓ ବସ୍ ସେବା ଭଳି ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ। ତେବେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର କର୍ମଚାରୀମାନେ ଏଥିରେ ଯାତାୟାତ କରିପାରିବେ।
Considering this situation, we have no option but to impose some restrictions. This is for your welfare. I am not happy doing it.
If we do not break the COVID transmission chain, it will strangle us. Livelihood is important. But saving lives is a greater priority.
— CMO Maharashtra (@CMOMaharashtra) April 13, 2021
ରାଜ୍ୟରେ ଅକ୍ସିଜେନର ଅଭାବ ରହିଥିବା ବିଷୟରେ ସେ କହିଛନ୍ତି ଅନ୍ୟ ରାଜ୍ୟରୁ ମହାରାଷ୍ଟ୍ରରେ ଅକ୍ସିଜେନ ପହଞ୍ଚାଇବା ପାଇଁ ବାୟୁସେନାକୁ ନିର୍ଦ୍ଦେଶ ଦେବା ସକାଶେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିବେ। ଏବେ ମହାରାଷ୍ଟ୍ର ୧୨ଶହ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉତ୍ପାଦନ କରୁଛି ଏବଂ କରୋନା ସଂକ୍ରମଣ ବୃଦ୍ଧି ହେତୁ ୯୫୦ରୁ ଏକହଜାର ଟନ୍ ଅକ୍ସିଜେନର ଆବଶ୍ୟକତା ଦେଖାଦେଇଛି। ଏଥିପାଇଁ ଅନ୍ୟ ରାଜ୍ୟରୁ ଅକ୍ସିଜେନ ଆମଦାନୀ ଆବଶ୍ୟକ ହେଉଛି।



