www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀମନ୍ଦିରକୁ ୫କୋଟି ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ଆଜି ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ୫କୋଟି ଟଙ୍କା ଦାନ କରିଥିବା ସୂଚନା ମିଳିଛି। ତେବେ ଏହି ବଦାନ୍ୟ ବ୍ୟକ୍ତି ତାଙ୍କ ନାମକୁ ଗୋପନୀୟ ରଖିଥିବା ଜଣାପଡ଼ିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟରେ ୫କୋଟି ଟଙ୍କା ଏକାସଙ୍ଗରେ ଜଣେ ଶ୍ରଦ୍ଧାଳୁ ଦାନ କରିଛନ୍ତି। ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ଥିବାରୁ ସେ ଏହି ଦାନ କରିଛନ୍ତି। ଶ୍ରୀମନ୍ଦିରକୁ ପ୍ରଥମ ଥର ପାଇଁ ଏକକାଳୀନ କୌଣସି ଶ୍ରଦ୍ଧାଳୁ ନଗଦ ୫କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରିଥିବା ସୂଚନା ମିଳିଛି। ଏକକାଳୀନ ୫କୋଟି ଟଙ୍କା ଦାନ କରିବାରେ ପ୍ରଥମ ଶ୍ରଦ୍ଧାଳୁଙ୍କ ନାମ ଜଣାପଡ଼ି ନାହିଁ।

ଏଠାରେ ସୂଚନା ଯୋଗ୍ୟ ଯେ ଜଗନ୍ନାଥ ମନ୍ଦିରରେ ଥିବା ବିଭିନ୍ନ ହୁଣ୍ଡିରୁ ଦୈନିକ ୪ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦାନ କରିଥିବା ଅର୍ଥରାଶି ମିଳିଥାଏ। ଆଜି ଗୋଟିଏ ହୁଣ୍ଡି ଖୋଲି ଟଙ୍କା ହିସାବବେଳେ ଏକକାଳୀନ ଜଣେ ଶ୍ରଦ୍ଧାଳୁ ୫କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories