ଜମୁଛି ଗଜଲକ୍ଷ୍ମୀ ପୂଜା,୨୫ରେ ଭସାଣ

କେନ୍ଦୁଝରଗଡ଼଼: କେନ୍ଦୁଝର ସଦର ବ୍ଲକ ପଦ୍ମପୁରରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ବେଶ୍‌‌ ଧୁମ୍‌‌ଧାମରେ ପାଳିତ ହୋଇଆସୁଛି। ଚଳିତବର୍ଷ ଏହି ପୂଜାତ୍ସୋବ ୬୩ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାକୁ କିଭଳି ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ପୁଜା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ବୁଧବାର ସକାଳୁ ଆରମ୍ଭ ହୋଇଥିବା ଏହି ପୂଜାତ୍ସୋବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ୨୫ ତାରିଖ ମହାସମାରୋହରେ ଭସାଣ ଉତ୍ସବ ପାଳନ କରାଯିବ। ୧୭ ଓ ୧୮ ତାରିଖ ଦୁଇଦିନ ଧରି କଟକର ଜଗନ୍ନାଥ ଡ୍ୟାନ୍ସ ଗ୍ରୁପ୍‌‌ ପକ୍ଷରୁ ନୃତ୍ୟଗୀତ ପରିବେଷଣ ପୂଜାତ୍ସୋବକୁ ଚଳଚଞ୍ଚଳ କରିଥିବା ବେଳେ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ୫ଦିନବ୍ୟାପୀ ଅପେରା ‘କଳିଙ୍ଗ ଗଣନାଟ୍ୟ’ ପ୍ରଦର୍ଶିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

୧୦ଦିନବ୍ୟାପୀ ଅନୁଷ୍ଠିତ ହେବାକୁଥିବା ଏହି ପୂଜାତ୍ସୋବର ପ୍ରତି ସନ୍ଧ୍ୟାରେ ମୀନାବଜାର ଆୟୋଜନ ପୂଜାବଜାରକୁ ଅଧିକ ସରଗରମ କରିଥିବା ବେଳେ ଆଖପାଖ ୧୦ଟି ପଞ୍ଚାୟତର ଲୋକେ ବିଶେଷକରି ମହିଳାମାନେ ମୀନାବଜାରରୁ ଘରକରଣା ସାମଗ୍ରୀ କିଣାକିଣି ପ୍ରଥମ ପସନ୍ଦ ପାଲଟିଛି। ଶାନ୍ତିଶୃଙ୍ଖଳା ରକ୍ଷା କରି ଏହି ପୂଜାତ୍ସୋବକୁ ଆନନ୍ଦଉଲ୍ଲାସର ସହ ପାଳନ ପାଇଁ ପୂଜା କମିଟି ସଭାପତି ବିଜୟ କୁମାର ସାହୁ, ଉପସଭାପତି ନାରାୟଣ ଚନ୍ଦ୍ର ସାହୁ, ସମ୍ପାଦକ ଉତ୍ତମ କୁମାର ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

କେନ୍ଦୁଝର ସଦର ବ୍ଲକ ରାଇସୁଆଁରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚଳିତବର୍ଷ ୯ମ ଲକ୍ଷ୍ମୀ ପୂଜାତ୍ସୋବ ଧୁମଧାମରେ ପାଳିତ ହେଉଛି। ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ପୂଜାତ୍ସୋବ ପ୍ରତ୍ୟହ ଯଥାରୀତି ପାଳନ ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଆସୁଥିବା ବେଳେ ଆସନ୍ତା ରବିବାର ମହାସମାରୋହରେ ଭସାଣୀ ଉତ୍ସବ ପାଳନ କରାଯିବ ବୋଲି ପୂଜା କମିଟି ସଭାପତି ଦେବାନନ୍ଦ ରାଉତ ଓ ସମ୍ପାଦକ ଦେବାଶିଷ ରାଉତ ଜଣାଇଛନ୍ତି।

Comments are closed.