ହବିଷ୍ୟାଳିଙ୍କୁ ସବୁ ସୁବିଧା ମିଳିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀ ହବିଷ୍ୟାଳି ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିବା କହିଲେ। ଗଣମାଧ୍ୟମରୁ ହବିଷ୍ୟାଳିଙ୍କ ଅସୁବିଧା ସମ୍ପର୍କରେ ଜାଣିବାପରେ ନିଜେ କଥା ହୋଇଥିବା କହିଲେ। ଶ୍ରୀମନ୍ଦିର ପ୍ରଶାସନ ତଥା ପୁରୀ ଜିଲାପାଳଙ୍କୁ ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦେଶ। ହବିଷ୍ୟାଳି ମା’ମାନଙ୍କୁ ସମସ୍ତ ସୁବିଧା ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ  ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ପବିତ୍ର କାର୍ତ୍ତିକ ମାସରେ ବ୍ରତ ପାଳିବାକୁ ଶ୍ରୀକ୍ଷେତ୍ର ଆସିଥିବାହବିଷ୍ୟାଳିଙ୍କ ପାଇଁ ରହଣୀକୁ ନେଇ ବିବାଦ ଦେଖାଦେଇଥିଲା। ରହିବା ପାଇଁ ଜାଗା ନପାଇ ହବିଷ୍ୟାଳିମାନେ ବୃନ୍ଦାବତୀ ନିବାସ ଆଗରେ ଧାରଣାରେ ବସିଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାରେ ହସ୍ତକ୍ଷେପ କରିଥିଲେ।

Comments are closed.