କଣ୍ଟାବାଞ୍ଜିରେ ଜାତୀୟ ଖୋଖୋ ପ୍ରତିଯୋଗିତା ଉଦଘାଟିତ

କଣ୍ଟାବାଞ୍ଜିତା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ୭ ବ୍ଲକ୍ ସିନିୟର ଖୋଖୋ ଚାମ୍ପିଅନ୍‌ସିପ୍’ ଜାତୀୟ ଖୋଖୋ ପ୍ରତିଯୋଗିତ। ଏଥିରେ ମୁଖ୍ୟ ଅତିଥି ଭାଭେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ତୁରେକେଲା ସରପଞ୍ଚ ସଙ୍ଘ ସଭାପତି ଜଳନ୍ଧର ମହାକୁଡ଼, ରେଳବାଇ ଡ଼ି ଆର ୟୁ ସିସି ସଦସ୍ୟ ରାଜେଶ ଅଗ୍ରୱାଲ, ଜାତୀୟ ଖୋ ଖୋ ଆସୋସିଏସନ ସମ୍ପାଦକ ସନ୍ତୋଷ ପାଳ, ଓଡିଶା ଖୋ ଖୋ ଆସୋସିଏସନ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ ଅଗ୍ରୱାଲ, ସମ୍ପାଦକ ଚିନ୍ମୟ ଯୋଶୀ, ଶୁଭେନ୍ଦୁ ମହାନ୍ତି, ସମାଜସେବୀ ସତବୀର ଲାଲ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି କ୍ରୀଡ଼ା ପତାକା ଉତ୍ତୋଳନ କରି ଖେଳ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଗୁଜରାଟ, ଦିଲ୍ଲୀ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ଓଡିଶା, ତ୍ରିପୁରା , ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ଆସାମ ଓ ଝାରଖଣ୍ଡ ପ୍ରଦେଶରୁ ୧୮ଟିମ ଭାଗ ନେଇଛନ୍ତି ।

Comments are closed.