ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ରୋହିଦାସ ନଗର ବାସିନ୍ଦା

ସମ୍ବଲପୁର: ସମ୍ବଲପୁର ସହରର ରୋହିଦାସ ନଗର ବାସିନ୍ଦା ମାନେ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ରୋହିଦାସ ନଗରକୁ ଯିବାକୁ ଥିବା ଦ୍ୱିତୀୟ ପ୍ରବେଶ ପଥକୁ ଲାଗି କୃଷି ବିଭାଗର ଏକ ପୁରୁଣା ଗୋଦାମ ଗୃହ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ରହିଛି। ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏହି ଗୋଦାମ ଗୃହଟି କେତେବେଳେ ଭାଙ୍ଗିଯିବା ତାହା କେହି କହି ପାରିବେ ନାହିଁ। ଏଣୁ ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ବ୍ୟକ୍ତଙ୍କ ଉପରେ ଭଗ୍ନ ଗୋଦାମ ଘର ପଡ଼ିଯିବ, ତାହା ହେଲେ ଜୀବନ ଯିବାର ମଧ୍ୟ ଆଶଙ୍କା ରହିଛି। ଏ ନେଇ ପୂର୍ବରୁ ବାରମ୍ବାର କୃଷି ବିଭାଗକୁ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ଏଣୁ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଲୋକେ ଜୀବନକୁ ବାଜି ଲଗାଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ଜନତାଙ୍କୁ ସୁରକ୍ଷା ଦୃଷ୍ଟିରୁ ଏହି କୋଠାକୁ ଭାଙ୍ଗି ଦେବା ସହିତ ରାସ୍ତାକୁ ପ୍ରଶସ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ସତ୍ୟ ମେହେର, ଉମା ମେହେର, ଅଜୟ ମେହେର ଙ୍କ ସମେତ ଅନ୍ୟ ମାନଙ୍କର ଦସ୍ତଖତ ରହିଛି।

Comments are closed.