ବଜ୍ରାପାତରେ ସ୍ୱାମୀ ଆହତ, ସ୍ତ୍ରୀ ଗୁରୁତର 

ଫୁଲବାଣୀ :  ଶୁକ୍ରବାର ବିଲରେ କାମ କରୁଥିବା ସମୟରେ ସ୍ବାମୀସ୍ତ୍ରୀ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସ୍ତ୍ରୀ ଗୁରୁତର  ହୋଇଥିବାବେଳେ ସ୍ବାମୀ ଆହତ ହୋଇଥିବା ସୂଚନା ମିଳିଛି।
କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତ ର ବାନ୍ଦାଡଣୀ ଗାଁର ଗଙ୍ଗାଧର କହଁର ଓ ପ୍ରମିଳା କହଁର ଉଭୟ ସ୍ୱାମୀ ସ୍ତ୍ରୀ ଗାଁ ପାଖରେ ଥିବା ନିଜ ଚାଷ ଜମିରେ ଘାସ ସଫା କରିବା ସମୟରେ ହଠାତ ଘଡଘଡି ସହ ବର୍ଷା ହୋଇଥିଲା। ଠିକ ଏହି ସମୟରେ ବଜ୍ରପାତ ଘଟିବାରୁ ସ୍ୱାମୀ  ଆହତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ।
ସୂଚନା ପାଇ ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲ ଆଣିଥିଲେ। ଏହାପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା। ସ୍ୱାମୀର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାବେଳେ ସ୍ତ୍ର ଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି।

Comments are closed.