ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ

କଳାବାଡିଆ: ଶିମିଳିପାଳ ବନ୍ୟ ଜନ୍ତୁ ଅଭୟାରଣ୍ୟରେ ବନ୍ଧୁକ ବୋହିବାର କ୍ୟାମେରା ଟ୍ରାପ ଚିତ୍ରକୁ ଆଧାର କରି ବାରିପଦା ଡିଭିଜନର ବାଙ୍ଗିରିପୋଷି ରେଞ୍ଜର ସୀମା ଅନ୍ତର୍ଗତ ଡୁମାସାହି (ଜଳଡିହା) ଗ୍ରାମର ଭୁଦାନ ମାର୍ଣ୍ଡିଙ୍କ ପୁଅ ଭାଗୀରଥୀ ମାର୍ଣ୍ଡିଙ୍କୁ ଡବ୍ଲୁପିଏ (ବନ୍ୟ ଜନ୍ତୁ ସଂରକ୍ଷଣ ଅଧିନିୟମ) ଆଇନ ୧୯୭୨ ଏବଂ ଆର୍ମସ୍ ଆକ୍ଟ-୧୮୫୯ ଅନୁଯାୟୀ ଗିରଫ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ତାଙ୍କ ଘରେ ଚଢାଉ କରିଥିଲା। ଗିରଫ ସମୟରେ ତାଙ୍କ ପାଖରେ ଥିବା ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ବନ୍ଧୁକ ସଫା କରିବା ରଡ୍, ଗୋଟିଏ ଧନୁ ଏବଂ ଦୁଇଟି ତୀର ଏବଂ ଗୋଟିଏ ଟର୍ଚ୍ଚ ଲାଇଟ ଜବତ କରା ଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଏମଏଫସି, ବାରିପଦା କୋର୍ଟରେ ହାଜର କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଥିନେଇ ପିଠାବାଟା ବନ୍ୟ ଜନ୍ତୁ ରେଞ୍ଜରେ କେସ୍ ନମ୍ବର ୦୪ପିଏସ ୨୦୨୪-୨୫ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

Comments are closed.