ମୁଖ୍ୟମନ୍ତ୍ରୀ ମକା ମିଶନ ଅନ୍ତର୍ଗତ କ୍ରେତା-ବିକ୍ରେତା ବୈଠକ 

କେନ୍ଦୁଝର: ମକା ଚାଷ ଓ ବଜାରୀକରଣ ସଂକ୍ରାନ୍ତୀୟ  ପଦକ୍ଷେପ ନିମନ୍ତେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କର୍ୟାଳୟସ୍ଥ ଦରବାର ହଲ ଠାରେ ଜୋନାଲ କ୍ଷେତ୍ର ସ୍ତରୀୟ କ୍ରେତା- ବିକ୍ରେତା ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।  ଏହି କାର୍ଯ୍ୟକ୍ରମରେ ୪ଟି ଜିଲ୍ଲାର ୧୩୦ ଅଗ୍ରଣୀ ଚାଷୀ ଓ  ଏଫଏ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ। କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ସୁନ୍ଦରଗଡ଼ର ଜିଲ୍ଲା କୃଷି ଅଧିକାରୀ, କେନ୍ଦୁଝର ସାଂସଦଙ୍କ ପ୍ରତିନିଧି, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ  ଓ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ। ଏହାଛଡା ବଜାରୀକରଣ ଓ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଗ୍ରଣୀ କମ୍ପାନୀ ପଶୁପତି ଆଗ୍ରୋ ପ୍ରା ଲି, ଭେଙ୍କଟେଶ୍ୱର ହେଚେରି ପ୍ରା ଲି, ଶ୍ୟାମ କାଟେଲ ଫିଡ, ଭୈରବୀ ଆଗ୍ରୋ ପ୍ରା ଲି, ଚୈତନ୍ୟ ପଲ୍ଟ୍ରି  ତରଫରୁ କମ୍ପାନୀର କର୍ମଚାରୀମାନେ ଯୋଗ ଦେଇ ମକାର ଗୁଣବତା ଓ ବଜାରୀକରଣ କରିବା ବିଷୟରେ ଆଲୋଚନା କରିଥିଲେ।

Comments are closed.