ମୁକ୍ତାଦେଇପୁରରେ ଗଜଲକ୍ଷ୍ମୀ ପୂଜା

ଆଠଗଡ: ଆଠଗଡ ବ୍ଲକର ଇଚ୍ଛାପୁର ପଞ୍ଚାୟତ ଅଧିନ  ମୁକ୍ତାଦେଇପୁର ନୂଆସାହିରେ ୧୬ଶ ବାର୍ଷିକ ଗଜଲକ୍ଷ୍ମୀ ପୂଜା ବେଶ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଗଜଲକ୍ଷ୍ମୀ ପୂଜା ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମର ଆବାଳବୃଦ୍ଧ ବନିତା ଏଥିରେ ସହଯୋଗ କରିଥିଲେ । ବୁଧବାର ଶୁଭାଧିବାସ, କଳସ ଯାତ୍ରା, ନଗର ପରିକ୍ରମା, ଅଗ୍ନି ସ୍ଥାପନ ସହିତ ମା’ଙ୍କର ପ୍ରାଣ ପ୍ରତିଷ୍ଠା ସହିତ ପ୍ରତିଦିନ ଯଜ୍ଞ ଓ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ଶୁକ୍ରବାର ପାରମ୍ପରିକ ପୂଜାକର୍ମ ସହିତ ଯଜ୍ଞର ପୂର୍ଣ୍ଣାହୁତି ସହିତ ବିସର୍ଜନ ପୂଜା ସମ୍ପନ୍ନ ହୋଇଥିଲା। ବିଭିନ୍ନ ଦିନ ସନ୍ଧ୍ୟାରେ ସଂକୀର୍ତ୍ତନ, ପାଲା ଭଳି ପାରମ୍ପରିକ ଲୋକକଳା ଏବଂ ମ୍ୟାଜିକ ସୋ, ରେକର୍ଡ ଡ୍ୟାନ୍ସ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Comments are closed.