www.samajalive.in
Wednesday, December 10, 2025
16.1 C
Bhubaneswar

ମହାନଦୀ ଜଳ ବିବାଦର ତ୍ୱରିତ ସମାଧାନ ଦାବି

ଭୁବନେଶ୍ୱର .- ମହାନଦୀ ଟ୍ରିବୁନାଲର ୭ମ ବୈଠକରେ କୈାଣସି ଶୁଣାଣି ନ ହୋଇ ଆସନ୍ତା ଅଗଷ୍ଟ ୩ ତାରିଖରେ ପରବର୍ତ୍ତି ଶୁଣାଣି ହେବବୋଲି ମାନ୍ୟବର ଟ୍ରିବୁନାଲ ନିଷ୍ପତି ଶୁଣାଇଛନ୍ତି। ଟ୍ରିବୁନାଲର ବିଳମ୍ବିତ ବିଚାର ପ୍ରକ୍ରିୟାର ଏହା ଏକ ଅଶଂ ବୋଲି ଆମେ ବିଚାର କରୁ।
ଅନେକ ବାଦ ବିବାଦ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାହାନଦୀ ଟ୍ରିବୁନାଲ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ଗଠିତ ହୋଇଥିଲା। ଟ୍ରିବୁନାଲର ପ୍ରଥମ ବୈଠକ (ସିଟିଂ) ହୋଇଥିଲା ୨୦୧୮ଅକ୍ଟୋବର ୧୩ ତାରିଖରେ। ଏହା ଭିତରେ ୧୦ ମାସ ବିତିବାକୁ ବସିଲାଣି ଏବଂ ୬ ଥର ଟ୍ରିବୁନାଲ ଏହି ମହାନଦୀ ଜଳ ବିବାଦ ଉପରେ ଶୁଣାଣି କରି ସାରିଲେଣି। ଏହି ସବୁ ଶୁଣାଣି ଏବଂ ଟ୍ରିବୁନାଲର ଅଗ୍ରଗତିକୁ ଅନୁଧ୍ୟାନ କଲେ, ଓଡିଶାବାସୀଙ୍କୁ ମର୍ମାହତ ହେବାକୁ ପଡୁଛି।
ଛତିଶଗଡ ଦ୍ୱାରା ମହାନଦୀରେ ନିର୍ମିତ ପ୍ରକଳ୍ପ ଯଥା ବ୍ୟାରେଜ, ବନ୍ଧ, ଆନିକଟ ଇତ୍ୟାଦି ଗୁଡିକୁ କାର୍ଯ୍ୟକ୍ଷମ ନକରିବା ଏବଂ ନିର୍ମାଣାଧିନ ପ୍ରକଳ୍ପ ଗୁଡିକୁ ସ୍ଥଗିତ ରଖିବା ପାଇଁ ଓଡିଶାର ଆବେଦନ ଉପରେ ଏପର୍ଯ୍ୟନ୍ତ କୈାଣସି ଅଗ୍ରଗତି ପରିଲକ୍ଷିତ ହେଲା ନାହିଁ। ଅଣ ମୈାସୁମୀ ସମୟରେ ନଦୀର ସର୍ବନିମ୍ନ ପ୍ରବାହକୁ ସୁନିଶ୍ଚିତ ପଦକ୍ଷେପ ସ୍ୱରୂପ କୈାଣସି ନିର୍ଦ୍ଧେଶ ମଧ୍ୟ ଟ୍ରିବୁନାଲ ଦେଲେ ନାହିଁ। ଦୁଇ ରାଜ୍ୟ ଭିତରେ ଆପୋଷ ବୁଝାମଣା ଭିତ୍ତିରେ ବିବାଦର ସମାଧାନ ରାସ୍ତା ମଧ୍ୟ ଏଯାଏଁ ଫିଟି ପାରିଲା ନାହିଁ। ଏସବୁ ଘଟଣା ଗୁଡିକ ଓଡିଶାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ଜଳ ବିବାଦର ତ୍ୱରିତ ସମାଧାନ ଆଶାକରେ। ବିବାଦର ସମାଧାନ ଦିଗରେ ଦୁଇ ରାଜ୍ୟର ତତ୍ପରତା ଦେଖିବାକୁ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ନଦୀର ପ୍ରକୃତିକ ପ୍ରବାହ ଏବଂ ନଦୀର ପର୍ଯ୍ୟାବରଣକୁ ସୁରକ୍ଷା ଦେବା କ୍ଷେତ୍ରରେ ଏବେଠୁ ଯଥେଷ୍ଟ ପଦକ୍ଷେପ ନିଆ ନଗଲେ, ଭବିଷ୍ୟତରେ ଜଳ ଜନିତ ସମସ୍ୟା ଓଡିଶାରେ ଉତ୍କଟ ହେବ। ଏହାକୁ ଦୃଷ୍ଟିରେ ରଖି ମହାନଦୀ ବଞ୍ଚାଅ ଆନ୍ଦୋଳନ ବ୍ୟାପକ ଜନ ଜାଗରଣ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛି। ‘ପ୍ରଣାମ ମହାନଦୀ’ ଅଭିଯାନ ମାଧ୍ୟମରେ ଜନତାଙ୍କୁ ନଦୀ ସହିତ ଯୋଡିବା ଏବଂ ନଦୀକୁ ନିର୍ମଳ ଏବଂ ନିରନ୍ତର ଭାବରେ ପ୍ରବାହିତ ହେବାକୁ ଦେବାର ପୟାସ ହାତକୁ ନିଆ ଯାଇଛି।
ଜନସାଧାରଣ ଜାଗ୍ରତ ହେଲେ ଟ୍ରିବୁନାଲ ଏବଂ ଉଭୟ ସରକାର ଏହି ବିବାଦର ସମାଧାନ ସହିତ ନଦୀର ସୁରକ୍ଷା ପାଇଁ ତତ୍ପର ହେବେ ବୋଲି ଆମର ବିଶ୍ୱାସ। ଏକ ପ୍ରେସ ବିବୃତି ମାଧ୍ୟମରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ସମେତ ଶ୍ରୀ ବିଜୟ ପ୍ରଧାନ, ନିରଦ ବରଣ ଖୁଣ୍ଟିଆ, ପ୍ରଶନ୍ନ ବିଶୋଇ, ସବିର ବକ୍ସ, ଦେବେନ୍ଦ୍ର ସୂତାର, ବିକାଶ ଦାସ, ମନ୍ମଥ ପରିଡା ପ୍ରମୁଖ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories