ବିଦେଶ ନୁହେଁ ଦେଶ, ଆସନ୍ତାକାଲିଠାରୁ ଡେଷ୍ଟିନେସନ୍ ନର୍ଥଇଷ୍ଟ – ୨୦୨୦

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଡେଷ୍ଟିନେସନ୍ ନର୍ଥଇଷ୍ଟ – ୨୦୨୦କୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଉତ୍ତର ପୂର୍ବାଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଦିଗରେ କାର୍ଯ୍ୟ କରାଯିବ। ଡେଷ୍ଟିନେସନ୍‍ ନର୍ଥଇଷ୍ଟ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ଏକ ନିୟମିତ କାର୍ଯ୍ୟକ୍ରମ। ଉତ୍ତର ପୂର୍ବାଞ୍ଚଳକୁ ଦେଶର ଅନ୍ୟାନ୍ୟ ଭାଗ ସହ ସମକକ୍ଷ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି।

ଏହି ଚାରି ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ତଥା ବିଭିନ୍ନ ଅଞ୍ଚଳର ପର୍ଯ୍ୟଟନ ସ୍ଥାନଗୁଡିକର ଅଡିଓ ଭିଜୁଆଲ୍ ଉପସ୍ଥାପନା, ରାଜ୍ୟଗୁଡିକର ବିଶିଷ୍ଟ ବ୍ୟକ୍ତିମାନଙ୍କ ବାର୍ତ୍ତା, ସ୍ଥାନୀୟ ଉଦ୍ୟୋଗୀଙ୍କ ପରିଚୟ ଏବଂ ପାରମ୍ପାରିକ ଫ୍ୟାଶନ୍ ଏବଂ ସ୍ଥାନୀୟ ଉତ୍ପାଦର ଭର୍ଚୁଆଲ୍ ପ୍ରଦର୍ଶନୀ ପ୍ରଦର୍ଶିତ ହେବ। ଡେଷ୍ଟିନେସନ୍ ନର୍ଥଇଷ୍ଟ – ୨୦୨୦ ମଧ୍ୟ ସମସ୍ତଙ୍କୁ ବିଦେଶକୁ ଯିବା ପରିବର୍ତ୍ତେ ସ୍ଥାନୀୟ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଅନୁସନ୍ଧାନ କରିବା ପାଇଁ ସୁଯୋଗ ଦେବ।

Comments are closed.