www.samajalive.in
Sunday, December 7, 2025
23.1 C
Bhubaneswar

ଅଟୋରିକ୍ସାକୁ ପଛପଟୁ ଧକ୍କାଦେଲା ଟ୍ରଲର : ୫ ଗୁରୁତର

ଦେବଗଡ : ଆଜି ପ୍ରତ୍ୟୁଷ ପ୍ରାୟ ୫ଟା ୪୦ ମିନିଟ ସମୟରେ ଦେବଗଡ ଥାନା ଅନ୍ତର୍ଗତ କୁରଡ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରଲର ଏକ ଅଟୋରିକ୍ସାକୁ ପଛପଟୁ ଧକ୍କା ଦେବା ଫଳରେ ୫ ଜଣ ପରିବା ବିକାଳି ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା  ପାଇଁ ସେମାନଙ୍କୁ ପ୍ରଥମେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ପ୍ରତ୍ୟୁଷ ପ୍ରାୟ ସାଢେ ୫ଟା ୪୦ ମିନିଟ ସମୟରେ କୁରଡ ଗ୍ରାମର ୬ଜଣ (ଚାଳକଙ୍କ ସମେତ ୭ ଜଣ)ପରିବା ବିକାଳି ଏକ ଅଟୋରିକ୍ସା ଯୋଗେ ପରିବା ବିକ୍ରୀ କରିବା ପାଇଁ ଦେବଗଡ ଅଭିମୁଖେ ବାହାରି ଥିଲେ। ଏହି ସମୟରେ ସମ୍ବଲପୁର ଆଡୁ ଆସୁଥିବା ଏକ ମାଲ ବୋଝେଇ ଟ୍ରଲର ଉକ୍ତ ଅଟୋରିକ୍ସାର ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ସେଥିରେ ବସିଥିବା କୁରଡ ଗ୍ରାମର ସୁଜିତ ପ୍ରଧାନ, ମମତା ପ୍ରଧାନ,ଭଗବତୀ ବରାଇ,କାଦମ୍ବିନୀ କାଲୋ ଓ ଶାନ୍ତିଲତା ସାହୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

 

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories