www.samajalive.in
Monday, December 15, 2025
24.1 C
Bhubaneswar

ବ୍ଲକ ସମ୍ମୁଖରେ ବିଜେଡି ଓ କଂଗ୍ରେସର ବିକ୍ଷୋଭ

ଦେଓଗାଁ: କେନ୍ଦ୍ର ସରକାର ଅହେତୁକ ଭାବରେ ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧି କରୁଥିବାରୁ ଏହାକୁ ବିରୋଧ କରି ରାଜ୍ୟ ବିଜେଡି ବିରୋଧ ପ୍ରଦର୍ଶନ କରୁଛି। ଦେଓଗାଁ ବ୍ଲକ ବିଜେଡିର କର୍ମକର୍ତ୍ତାମାନେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରୀତ ହୋଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମଟି ବ୍ଳକ ସଭାପତି ସୁଶୀଳ ଚାନ୍ଦ, ପୂର୍ବ ବ୍ଳକ ଅଧ୍ୟକ୍ଷ ଲକ୍ଷଣ ମେହେର, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା, ବ୍ଳକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ମହିଳା ସଭାନେତ୍ରୀ ମମତା କୁମୁରା, ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣାଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡିର ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମ ପରିଚାଳନା ରେ ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ଜୟ ରଣା, ଅନ୍ତର୍ଯ୍ୟାମୀ ଭୋଇ, ସଂଜୀବ ମହାକୁଡ଼, ବିନୋଦ ପଧାନ, ବିରେନ ଦଳାଇ, ସୁନୀଲ ମେହେର ସହ ଶତାଧିକ କର୍ମୀ ସହଯୋଗ କରିଥିଲେ। ସେହିପରି ବ୍ଳକ କଂଗ୍ରେସ ପକ୍ଷରୁ ମଧ୍ୟ ବିଡ଼ିଓ ଓ ବ୍ଳକ ଅଧ୍ୟକ୍ଷ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ତେଣୁ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ କଂଗ୍ରେସ କର୍ମୀମାନେ ଦାବି କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories