www.samajalive.in
Sunday, December 7, 2025
13.1 C
Bhubaneswar

୧୨ଦଫା ଦାବି ନେଇ ବିକେ ଷ୍ଟିଲ କାରଖାନା ସମ୍ମୁଖରେ ଧାରଣା

ଗୁରୁଡିଝାଟିଆ: ଆଶା ଦେଖାଇଥିଲା। କଥା ବି ଦେଇଥିଲା। କାରଖାନାରୁ ଉତ୍ପାଦନ ଆରମ୍ଭ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ କରିବ। ଅର୍ଥନୈତିକ ସମୃଦ୍ଧି ଘଟିବ। ଶିକ୍ଷା,ଗମନାଗମନ, ନିଯୁକ୍ତି ଓ ପରିବେଶ ସୁରକ୍ଷା କ୍ଷେଜ୍ରରେ ଆଖିଦୃଶିଆ ପଦକ୍ଷେପ ନେବ। ହେଲେ କାରଖାନା କର୍ତ୍ତୃପକ୍ଷ ଏକ ପ୍ରକାର ସାମାଜିକ ଦାୟିତ୍ୱବୋଧକୁ ଭୁଲିଯାଇଛି। ଏଥିରେ ଅସନ୍ତୋଷବ୍ୟକ୍ତ କରି ଖୁଣ୍ଟୁଣୀ ଉନ୍ନୟନ ପରିଷଦ ଓ ନବେଢା ଅଞ୍ଚଳର ବିକାଶ ପାଇଁ ସମର୍ପିତ ଥିବା ସଂଗଠନଗୁଡିକ ଆଜି ପୂର୍ବାହ୍ନ ଠାରୁ ରମ୍ପେଇ ସ୍ଥିତ ବି କେ ଷ୍ଟିଲ କାରଖାନା ସମ୍ମୁଖରେ ଧାରଣା ଦେଇଛନ୍ତି। ତୁରନ୍ତ କାରଖାନା କର୍ତ୍ତୃପକ୍ଷ ୧୨ଦଫା ଦାବିଗୁଡିକୁ ଗ୍ରହଣ ନକଲେ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁରହିବ।

କାରଖାନାର ଉଦାସୀନତା ବିରୋଧରେ ନାରାବାଜି କରିବା ସହ ଅଞ୍ଚଳର ବିକାଶ କଥା ମାନିନିଅ, ପାରିପାଶ୍ୱର୍ିକ ଉନ୍ନୟନ ମାଧ୍ୟମରେ ଅଞ୍ଚଳର ବିକାଶ କର ଓ ଦେଇଥିବା ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କର ବୋଲି ନାରାବାଜି ଦେଇଥିଲେ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପି ନେତା ଅଭୟ କୁମାର ବାରିକ ଘଟଣାସ୍ଥଳରେ ପହଞô୍ଚ ଆନ୍ଦୋଳନକାରୀଙ୍କ ସହିତ ସ୍ୱର ମିଳାଇଥିଲେ। କାରଖାନା କର୍ତ୍ତୃପକ୍ଷ, ଆନ୍ଦୋଳନକାରୀ ନେତା , ପ୍ରଶାସକ ଓ ବିଜେପି ନେତା ଶ୍ରୀ ବାରିକ ଆନ୍ଦୋଳନକାରୀଙ୍କ ଦାବିକୁ ସମାଧାନ କରିବା ନିମନ୍ତେ ଆଠଗଡ଼଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ଚଳାଇଛନ୍ତି। ଅପରପକ୍ଷରେ ଆନ୍ଦୋଳନର କୌଣସି ନିର୍ଯ୍ୟାସ ଏପର୍ଯ୍ୟନ୍ତ ବାହାରିନଥିବାରୁ ଧାରଣାକାରୀମାନେ ଏବେବି କାରଖାନା ସମ୍ମୁଖରେ ବସିଛନ୍ତି।

- Advertisement -

ଘଟଣାସ୍ଥଳରେ ସହକାରୀ ଜିଲ୍ଲାପାଳ ମାନସ କୁମାର ବେହେରା, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ ଓ ଖୁଣ୍ଟୁଣୀ ଥାନା ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ରାତି ୭ଟା ୪୦ ମିନିଟରେ ଆଠଗଡ଼଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ଉପସ୍ଥିତିରେ କାରଖାନା କର୍ତ୍ତୃପକ୍ଷ ଧାରଣାରତ ଜନସାଧାରଣଙ୍କ ନେତା ଓ ବିଜେପିନେତା ଶ୍ରୀ ବାରିକ ଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାରେ କାରଖାନା କର୍ତ୍ତୃପକ୍ଷ ସମସ୍ତ ଦାବିକୁ ମାନିନେଇଛି। ହେଲେ ଏବେ ୫ଦଫା ଦାବି ଖୁବ ନିକଟରେ ପୂରଣ ହେବା ନେଇ ପ୍ରତିଶ୍ରୁତିଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories