www.samajalive.in
Monday, December 15, 2025
24.1 C
Bhubaneswar

ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ଦାବି ଜୋରଦାର

ଡେସ୍କ :  ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୂର୍ବଭଳି ଶ୍ରୀମନ୍ଦିରର ଚାରିଦ୍ୱାରର ଦର୍ଶନ ବ୍ୟବସ୍ଥା ଉପରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଏ ନେଇ ସେ ଶ୍ରୀମନ୍ଦିର ପ୍ରଶାସନକୁ ପଦକ୍ଷେପ ନେବାକୁ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, କରୋନା ସଂକ୍ରମଣ ସମୟରେ ଶ୍ରୀମନ୍ଦିରର ତିନୋଟି ଦ୍ୱାର ବନ୍ଦ ଥିବାବେଳେ ସିଂହଦ୍ୱାର ଖୋଲାଥିଲା। ତେବେ ବର୍ତ୍ତମାନ କରୋନା ସଂକ୍ରମଣ ଭୟ ନ ଥିବାରୁ ଭକ୍ତମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଚାରୋଟି ଯାକ ଦ୍ୱାରକୁ ଖୋଲାଯିବାର ଆବଶ୍ୟକତା ଅଛି। ଏହାଦ୍ୱାରା ପୁରୀର ଅଧିବାସୀ ଏବଂ ଅନ୍ୟାନ୍ୟ ଜନସାଧାରଣ ବିନା ଭିଡରେ ସୁରକ୍ଷିତ ଭାବେ ଦର୍ଶନ କରିବା ସହ ଉପକୃତ ହୋଇପାରିବେ।
ସେହିପରି ଦର୍ଶନାର୍ଥୀମାନଙ୍କର ଅନୁରୋଧ ଓ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଚାରିଟି ଯାକ ଦ୍ୱାର ଖୋଲିବା ପାଇଁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି ।

ତେବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ସଠିକ୍‌‌ ସମୟ ଆସିଲେ ଶୀମନ୍ଦିରର ଚାରୋଟି ଯାକ ଦ୍ୱାର ନିଶ୍ଚୟ ଖୋଲାଯିବ। ବର୍ତ୍ତମାନ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାରୁ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ଖୋଲାଯାଇ ନାହିଁ। ପରବର୍ତ୍ତୀ ସମୟରେ ଏ ନେଇ ଉଚିତ୍‌‌ ପଦକ୍ଷେପ ଗ୍ରହଣ କରାଯିବ।
ଅନ୍ୟ ପକ୍ଷରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସବ୍‌‌କମିଟି ଗଠନ କରାଯାଇଛି । ଏହି ସବ୍‌‌କମିଟିରେ ବରିଷ୍ଠ ସେବାୟତଙ୍କ ସହିତ ଜିଲ୍ଲା ପ୍ରଶାସନର କେତେକ ପଦାଧିକାରୀ ଓ ପୋଲିସ ଅଧିକାରୀ ସଦସ୍ୟ ଅଛନ୍ତି । ଅଗଷ୍ଟ ମାସ ​ଶେଷ ସୁଦ୍ଧା ଏନେଇ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଜଣେ ସେବାୟତ କହିଛନ୍ତି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories