www.samajalive.in
Monday, December 15, 2025
24.1 C
Bhubaneswar

ମଙ୍ଗୁଳିରେ ଟ୍ରାଫିକ୍ ପୋଷ୍ଟ ପ୍ରତିଷ୍ଠା ଦାବି

ଚୌଦ୍ୱାର : ୧୬ ନମ୍ବର ଓ  ୫୫ ନମ୍ବର ଜାତୀୟ ରାଜପଥର ସଂଯୋଗ ସ୍ଥଳ ମଙ୍ଗୁଳିଛକ ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନ ବାହନ ଯାତାୟତ କରିଥାନ୍ତି । ଏଥି ସହିତ ବିଭିନ୍ନ ସ୍ଥାନକୁ ଯିବାପାଇଁ ପ୍ରତିଦିନ ବହୁ ସଂଖ୍ୟାରେ ଯାତ୍ରୀ ଏହି ସ୍ଥାନରୁ ବସ୍ ଧରିଥାନ୍ତି । ଫଳରେ ଏହି ଛକରେ ସର୍ବଦା ଜନ ଗହଳି ଲାଗି ରହିଥିବାରୁ ବହୁ ସମୟରେ ଦୁର୍ଘଟଣାମାନ ଘଟି ଜୀବନହାନୀ ଘଟିବା ସହିତ ବହୁ ଲୋକ ଆହତ ହୋଇ ବିକଳାଙ୍ଗ ସଜିବା ନିତି ଦିନିଆ ଘଟଣା ହେଲାଣି । ଏହି ଛକରେ ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ଗାଡ଼ି ମଟର ଗୁଡ଼ିକ ଟ୍ରଫିକ୍ ନିୟମକୁ ଫୁ’ କରି ଯାତାୟତ କରୁଥିବାରୁ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି । ଏସବୁ ପରିସ୍ଥିତକୁ ଦୃଷ୍ଟିରେ ରଖି ଛକର ମଧ୍ୟସ୍ଥଳରେ ଏକ ଟ୍ରାଫିକ୍ ପୋଷ୍ଟ ପ୍ରତିଷ୍ଠା କରିବା ସହିତ ୨୪ ଘଣ୍ଟିଆ ଟ୍ରାଫିକ୍ ପରିଚାଳନାର ବ୍ୟବସ୍ଥା କରିବା ପାଇଁ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ସଭାପତି ସସ୍ମିତା ଦାସ, ଅଭିଳାସ ଚନ୍ଦ୍ର ସାହୁ, ନାରାୟଣ ବିଶ୍ୱାଳ, ସମରଜିତ୍ ମହାନ୍ତି ପ୍ରମୁଖ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିକଟରେ ଦାବି କରିଛନ୍ତି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories