www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଭୟ – ମେଟ୍ରୋ ରେଳରେ ଗୋଟେ ସିଟ ବ୍ୟବଧାନରେ ବସିବେ ଯାତ୍ରୀ

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏଯାବତ ୧୯୫ଟି ରୋଗୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ଯେଉଁଥିରୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଦିଲ୍ଲୀ ମେଟ୍ରୋ ଟ୍ରେନରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡ଼ିଏମଆରସୀ) ମଧ୍ୟ ନୂଆ ଆଡ଼ଭାଇଜରି ଜାରି କରିଛି। ଏବେ ଠାରୁ ମେଟ୍ରୋରେ ଯାତ୍ରୀଙ୍କୁ ଗୋଟେ ଗୋଟ ସିଟ୍‍ ଛାଡ଼ିକରି ବସିବାକୁ ପଡ଼ିବ। ଏହି ନିୟମ ଆଜି ଠାରୁ ହିଁ ଲାଗୁ ହେବ।
ଦିଲ୍ଲୀ ମେଟ୍ରୋ ପକ୍ଷରୁ ଜାରି ହୋଇଥିବା ଆଡ଼ଭାଇଜରିରେ କୁହାଯାଇଛି, ଯାତ୍ରୀ ମେଟ୍ରୋର ବ୍ୟବହାର କେବଳ ଅତି ଜରୁରୀ କାଳିନ ପରିସ୍ଥିତିରେ ହିଁ କରିବେ। ଏହାସହ କୁହାଯାଇଛି, ଯାତ୍ରୀମାନେ ମେଟ୍ରୋରେ ଯାତ୍ରା କରୁଥିବା ସମୟରେ ମଧ୍ୟ ଦୂରତା ରକ୍ଷା କରିବେ। ମେଟ୍ରୋରେ କିମ୍ବା ଷ୍ଟେସନରେ ଯାତ୍ରା କରୁଥିବା ସମୟରେ ନିଜ ନିଜ ଭିତରେ ୧ ମିଟରର ଦୂରତ୍ୱ ରକ୍ଷା କରିବେ। ଅନ୍ୟ ଏକ ଆଡ଼ଭାଇଜରି ଅନୁଯାୟୀ, ମେଟ୍ରୋରେ ଆଉ ଠିଆ ହୋଇ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଏହାସହ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କର ରେଣ୍ଡଲ ଥର୍ମାଲ ସ୍କିନିଂ ସମସ୍ତ ମେଟ୍ରୋ ଷ୍ଟେସନରେ କରାଯିବ। ଯଦି କାହାକୁ ମଧ୍ୟ ଜ୍ୱର, ଥଣ୍ଡା କିମ୍ବା କରୋନାର କିଛି ଲକ୍ଷଣ ଦେଖାଯାଏ, ତେବେ ତାକୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯିବ। ଅନ୍ୟ ଏକ ଆଡ଼ଭାଇଜରି ଅନୁଯାୟୀ, ଯେଉଁ ଷ୍ଟେସନରେ ଯାତ୍ରୀମାନଙ୍କ ଭିଡ଼ ଥିବା କିମ୍ବା ଯାତ୍ରୀଙ୍କ ମଧ୍ୟରେ ୧ ମିଟରର ଦୂରତା ନଥିବ ସେଠାରେ ଟ୍ରେନ ରଖାଯିବ ନାହିଁ। କରୋନା ସଂକ୍ରମିତ ରୋଗୀ ଅଥବା ସମାନ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଯାତ୍ରା କରିବା ପାଇଁ ଅନୁମତି ମିଳିବ ନାହିଁ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ କୁହାଯାଇଛି, ବିଶ୍ୱ ପାଇଁ ସଙ୍କଟ ପାଲଟିଥିବା ଏହି କରୋନା ଭୂତାଣୁ ପ୍ରକୋପରୁ ରକ୍ଷା ପାଇବାକୁ ହେଲେ ସକଳ୍ପ ଓ ସହଯୋଗ କରିବା ଉଚିତ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories