www.samajalive.in
Saturday, December 6, 2025
16.1 C
Bhubaneswar

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ହାଇକୋର୍ଟରେ ଖାରଜ, ମାମଲା ଯିବ ସୁପ୍ରିମକୋର୍ଟ

ଡେସ୍କ: ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗିରଫ ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ପରବର୍ତ୍ତୀ ରିମାଣ୍ଡକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ଅଦାଲତ କହିଛନ୍ତି ଯେ ଇଡି ଦ୍ୱାରା ସଂଗ୍ରହ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ କେଜ୍ରିୱାଲ ମଦ ନୀତି ଦୁର୍ନୀତିରେ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ।

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର, ସିଆରପିଏଫ୍ ଯବାନଙ୍କୁ ପ୍ରଶଂସା

- Advertisement -

ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ ଇଡି ମାମଲାରୁ ଏହା ମଧ୍ୟ ଜଣାପଡୁଛି ଯେ ସେ ତାଙ୍କ ବ୍ୟକ୍ତିଗତ ତଥା ଆପର ଆବାହକ ଭାବେ ମାମଲାରେ ସମ୍ପୃକ୍ତ ଥିଲେ।

ଅନ୍ୟପକ୍ଷରେ ଦିଲ୍ଲୀ ମନ୍ତ୍ରୀ ଆତିଶୀ ଦାବି କରିଛନ୍ତି ଯେ ଯଦି ଅରବିନ୍ଦ କେଜ୍ରିୱାଲ ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନିଅନ୍ତି ତେବେ ସେ ଦିନକ ମଧ୍ୟରେ ଜେଲରୁ ବାହାରିଯିବେ। ଡ଼ିବିରିଗଡ଼ ଓ ସୋନିତପୁର ଲୋକସଭା ଆସନରେ ଆପ୍ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ତିନି ଦିନିଆ ଆସାମ ଗସ୍ତରେ ଆସିଥିବା ଆତିଶୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କେଜ୍ରିୱାଲ ଜଣେ ଯୋଦ୍ଧା। ସେ ବିଜେପି ପାଖରେ ଆତ୍ମସମର୍ପଣ କରିବେ ନାହିଁ ଏବଂ ଜେଲରେ ଥାଇ ମଧ୍ୟ ଦିଲ୍ଲୀ, ପଞ୍ଜାବ ଏବଂ ଆସାମବାସୀଙ୍କ ସେବା ଜାରି ରଖିବେ ବୋଲି ଆପ୍ ନେତା କହିଛନ୍ତି।

ରାତି ଅଧିଆ ଚଢ଼ାଉ – ୨ ଏନଆଇଏ ଅଧିକାରୀଙ୍କୁ ସମନ କଲା ପଶ୍ଚିମବଙ୍ଗ ପୁଲିସ

ଆପ୍ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ନିମ୍ନ ଅଦାଲତର ରାୟ ଉଚ୍ଚ ଅଦାଲତ ଦ୍ୱାରା ପରିବର୍ତ୍ତନ କରାଯାଏ, ଯାହାକୁ ସର୍ବୋଚ୍ଚ ଅଦାଲତ ଆହୁରି ବଦଳାଇ ଦିଅନ୍ତି। ସୁପ୍ରିମକୋର୍ଟଙ୍କ ଉପରେ ଆମର ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

୭୬ ବର୍ଷରେ ଅଭିନେତ୍ରୀ ଜୟା ବଚ୍ଚନ

ସଞ୍ଜୟ ସିଂହଙ୍କ ମାମଲାରେ ସମାନ ଯୁକ୍ତି, ସମାନ ଓକିଲ ଓ ସମାନ ଖଣ୍ଡପୀଠ ଥିଲେ। ହାଇକୋର୍ଟ ଆଶ୍ୱସ୍ତି ଦେଇନଥିଲେ। ତଥାପି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଶ୍ୱସ୍ତି ଦେଇଛନ୍ତି ବୋଲି ସୌରଭ କହିଛନ୍ତି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories