www.samajalive.in
Saturday, December 6, 2025
26.1 C
Bhubaneswar

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର, ସିଆରପିଏଫ୍ ଯବାନଙ୍କୁ ପ୍ରଶଂସା

ଡେସ୍କ: ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ଏକ ଗାଁରେ ଥିବା ଭଗବାନ ରାମଙ୍କ ମନ୍ଦିରର କବାଟ ୨୧ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍)ର କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏହା ସମ୍ଭବ ହୋଇପାରିଛି।

ସିଆରପିଏଫର ୭୪ତମ ବାଟାଲିୟନ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲଙ୍କ ଧମକ ପରେ ୨୧ ବର୍ଷ ତଳେ ବନ୍ଦ ହୋଇ ଯାଇଥିବା କେରଳପେଣ୍ଡା ଗାଁରେ ଥିବା ମନ୍ଦିରକୁ ପୁଣି ଖୋଲିଛି ସୁରକ୍ଷା ବାହିନୀ। ଲଖପାଳ ଓ କେର୍ଲାପେଣ୍ଡା ଗ୍ରାମ ନିକଟରେ ନକ୍ସଲଙ୍କ ଧମକ ପରେ ୨୦୦୩ ମସିହାରେ ରାମ ମନ୍ଦିରର ଦ୍ୱାର ବନ୍ଦ ହୋଇଯାଇଥିଲା।

ରାତି ଅଧିଆ ଚଢ଼ାଉ – ୨ ଏନଆଇଏ ଅଧିକାରୀଙ୍କୁ ସମନ କଲା ପଶ୍ଚିମବଙ୍ଗ ପୁଲିସ

- Advertisement -

ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୭୦ ମସିହାରେ ବିହାରୀ ମହାରାଜ ଏହି ମନ୍ଦିର ନିର୍ମାଣ କରିଥିଲେ ଏବଂ ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ଆଣିବା ପାଇଁ ଗ୍ରାମବାସୀଙ୍କୁ ପାଖାପାଖି ୮୦ କିଲୋମିଟର ଦୂର ଯିବାକୁ ପଡିଥିଲା। ମନ୍ଦିର ନିର୍ମାଣ ସମୟରେ ଏହି ଅଞ୍ଚଳରେ ରାସ୍ତା ଯୋଗାଯୋଗ ସହ ପରିବହନ ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିଲା। ଭଗବାନ ରାମଙ୍କ ପ୍ରତି ଭକ୍ତି ଯୋଗୁଁ ଗ୍ରାମବାସୀ ମାନେ ଚାଲିଚାଲି ନିର୍ମାଣ ସାମଗ୍ରୀ ଆଣିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମନ୍ଦିର ପ୍ରତିଷ୍ଠା ହେବା ପରେ ସେମାନଙ୍କ ମଧ୍ୟରୁ ଅନେକ ଲୋକ ମାଂସ ଓ ମଦ ପିଇବା ଛାଡ଼ି ଦେଇଥିଲେ।

ଧାର୍ମିକ ବିଶ୍ୱାସ ଓ ଅଭ୍ୟାସ ଯୋଗୁଁ ଗାଁର ଲୋକମାନେ ହିଂସାରୁ ନିଜକୁ ଦୂରେଇ ରଖିଥିବାରୁ ୨୦୦୩ ମସିହାରେ ଗାଁର ସମର୍ଥନ ନ ମିଳିବାରୁ ନକ୍ସଲମାନେ ମନ୍ଦିରରେ ପୂଜାର୍ଚ୍ଚନା ନିଷିଦ୍ଧ କରିଥିଲେ।

୭୬ ବର୍ଷରେ ଅଭିନେତ୍ରୀ ଜୟା ବଚ୍ଚନ

ଗାଁରେ ଏକ ବିରାଟ ମେଳା ଆୟୋଜନ କରାଯାଉଥିଲା ଏବଂ ଏଥିରେ ଅଯୋଧ୍ୟାର ଶ୍ରଦ୍ଧାଳୁ ଓ ସାଧୁସନ୍ଥମାନେ ଯୋଗ ଦେଉଥିଲେ ବୋଲି ଗ୍ରାମବାସୀ ସ୍ମରଣ କରିଥିଲେ। ନକ୍ସଲଙ୍କ ସମାଗମ ବଢିବାରୁ ମନ୍ଦିରରେ ପୂଜା ବନ୍ଦ ହୋଇଗଲା ଏବଂ ମେଳା ବନ୍ଦ ହୋଇଗଲା। ଶେଷରେ ନକ୍ସଲମାନେ ମନ୍ଦିର କବାଟ ବନ୍ଦ କରି ଦେଇଥିଲେ।

ତେବେ ଗାଁ ନିକଟରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସୁରକ୍ଷା କର୍ମୀମାନେ ମନ୍ଦିରର ଦ୍ୱାର ଖୋଲି ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିଥିଲେ। ଗ୍ରାମବାସୀଙ୍କ ସହ ଅଧିକାରୀ ଓ ଯବାନମାନେ ମନ୍ଦିର ଚାରିପଟେ ସଫେଇ କରିବା ସହ ମନ୍ଦିରର କବାଟ ଖୋଲିଥିଲେ। ଦେବଦେବୀଙ୍କ ପୂଜା ପରେ ପରମ୍ପରା ସମ୍ପନ୍ନ ହୋଇଥିଲା। ସିଆରପିଏଫ୍ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଗ୍ରାମବାସୀ ମନ୍ଦିର ଖୋଲିଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories